ବଦଳୁଥିବା ଲାଇଫଷ୍ଟାଇଲ୍, ଖାଦ୍ୟପେୟରେ ଅନିୟମିତତା ଏବଂ ବ୍ୟସ୍ତବହୁଳ ଜୀବନ ହେତୁ ଆଜିକାଲି ଲୋକମାନଙ୍କୁ ବହୁ ପ୍ରକାର ରୋଗର ସାମ୍ନା କରିବାକୁ ପଡୁଛି। ଆଜ୍ଞା ହଁ, ଛୋଟ ମୋଟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଠାରୁ ଆରମ୍ଭ କରି ରକ୍ତ କର୍କଟ ଭଳି ଭୟଙ୍କର ରୋଗର ମଧ୍ୟ ସାମ୍ନା କରିବାକୁ ପଡୁଛି। ତେବେ, ରକ୍ତ କର୍କଟ ଭଳି ରୋଗକୁ ପ୍ରାଥମିକ ପର୍ଯ୍ୟାୟରେ ହିଁ ଚିହ୍ନଟ କରିବା ନିହାତି ଜରୁରୀ ଅଟେ।
ବ୍ଲଡ କ୍ୟାନ୍ସରର ପୂର୍ବରୁ ଶରୀରରେ ଦେଖା ଦେଉଥିବା କିଛି ଲକ୍ଷଣ :
- ରକ୍ତ କର୍କଟ ହେବାର ପ୍ରାଥମିକ ପର୍ଯ୍ୟାୟରେ ଗଳା କିମ୍ବା କାଖ ତଳେ ସାମାନ୍ୟ ଦରଜ ହୋଇଥାଏ। ଏହା ବ୍ୟତୀତ ଛାତିରେ ଜ୍ବଳନ ଏବଂ ପାଦ ବିନ୍ଧିବା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
- ସବୁ ସମୟରେ ହାଲିଆ ଲାଗିବା, ଶରୀରରେ ଜ୍ୱର ରହିବା ଏବଂ ଦୁର୍ବଳ ଲାଗୁଥିଲେ ଏହା ରକ୍ତ କର୍କଟର ଲକ୍ଷଣ ହୋଇପାରେ।
- ମୁହଁରେ ଘା ହେବା, ମୁଣ୍ଡ ବ୍ୟଥା, ଚର୍ମ ସମସ୍ୟା ଏବଂ ନିମୋନିଆ ଭଳି ଲକ୍ଷଣ ମଧ୍ୟ ବ୍ଲଡ଼ କ୍ୟାନ୍ସରର ଏକ ସଂକେତ ହୋଇପାରେ।
- ନାକ ଏବଂ କାଶିବା ସମୟରେ ଯଦି ଆପଣଙ୍କର ବ୍ଲଡ ବାହାରିଲେ ସାବଧାନ ହେବା ସହିତ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତ।
- ହଠାତ ଓଜନ କମିଯିବା ଏବଂ ଭୋକ ନ ଲାଗିବା ମଧ୍ୟ ବ୍ଲଡ଼ କ୍ୟାନ୍ସର ହେବାର ଏକ ମୁଖ୍ୟ ଲକ୍ଷଣ ଅଟେ। ଏହା ବ୍ୟତୀତ ବାରମ୍ବାର ସଂକ୍ରମଣର ଶିକାର ହେଉଥିଲେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
- ବିନା କାରଣରେ ଆଣ୍ଠୁ ଗଣ୍ଠି ବ୍ୟଥା ହେବା ଏବଂ ଶରୀରରେ ଲାଲ୍ କିମ୍ବା ବାଇଗଣୀ ଦାଗ ପଡୁଥିଲେ ଏହା ରକ୍ତ କର୍କଟର ଲକ୍ଷଣ ହୋଇପାରେ।