ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ ପ୍ରତିଶତରୁ ୬ବପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି ।
୧୨ ରୁ ୧୬ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ତେବେ ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟାରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ସେହିପରି ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ ତେଣୁ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।
ଛୋଟପିଲାଙ୍କୁ ହେଉଥିବା ବ୍ଲଡ ପ୍ରେସର ର କାରଣ :
- ବଦଳୁଥିବା ଜୀବନଶୈଳୀ ପାଇଁ ହେଉଛି ସମସ୍ୟା।
- ମେଦବହୁଳତା ଏବଂ ଅଧିକ ବଡି ମାସ୍ ଇନଡେକ୍ସ ବା ବିଏମଆଇ ବି ଏହାର କାରଣ।
- ୩୦% ଶିଶୁ ଓ କିଶୋରଙ୍କ ମଧ୍ୟରେ ଏଥିପାଇଁ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳୁଛି।
- ୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ।
- ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା।
- ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ।
- ପିଜା, ବର୍ଗର ସହ କୋଲ୍ଡ ଡ୍ରିଙ୍କସ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି କରିପାରେ।
- ଅତ୍ୟଧିକ ସମୟ ମୋବାଇଲ ବ୍ୟବହାର ମଧ୍ୟ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି।
- ଅତ୍ୟଧିକ ରକ୍ତଚାପ ଯୋଗୁଁ ବ୍ରେନ ଷ୍ଟ୍ରୋକ ମଧ୍ୟ ହୋଇପାରେ।
- କିଶୋର ଅବସ୍ଥାରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସାରା ଜୀବନ ରହିନଥାଏ।
- କେତେକ ବ୍ୟକ୍ତିଙ୍କ ମଧ୍ୟରେ ଏହା ଚାପ ପାଇଁ ସାମୟିକ ଭାବେ ଦେଖାଦେଇଥାଏ।
ବ୍ଲଡ ପ୍ରେସରରୁ ରକ୍ଷା ପାଇବାର ଉପାୟ
- ଜୀବନଶୈଳୀରେ ଶୃଙ୍ଖଳା ଆଣିବା।
- ମସ୍ତିଷ୍କକୁ ଆବଶ୍ୟକ ବିଶ୍ରାମ ଦେବା।
- ସଚେତନ ରହିବା ସହ ନିୟମିତ ଭାବେ ସ୍ୱାସ୍ଥ୍ୟର ଯାଞ୍ଚ।
- ଖାଦ୍ୟପେୟରେ ଶୃଙ୍ଖଳା ଆଣିବା।
- ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ଅଭିଭାବକ ନଜର ରଖିବା।
- ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
- ଅଧିକ ପନିପରିବା ଖାଇବା ସହ ଖାଦ୍ୟରେ ଅଧିକ ଲୁଣ ନଖାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ।