ବୋଇସ୍ ଲକର୍ ରୁମ୍ : ‘ଗ୍ୟାଙ୍ଗ୍ ରେପ୍’ ମନ୍ତବ୍ୟ ପଛରେ ଜଣେ ନକଲି ଆକାଉଣ୍ଟ ଥିବା ନାବାଳିକା ଥିଲା !

‘ବୋଇସ୍ ଲକର୍ ରୁମ୍’ ମାମଲା ଏକ ଏମିତି ମାମଲା ଯେଉଁଥିରେ ବହୁ ସଂଖ୍ୟାରେ ଦକ୍ଷିଣ ଦିଲ୍ଲୀର ଯୁବକମାନେ ଅଂଶଗ୍ରହଣ କରିଥିଲେ । ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଲିମିଟେଡ଼ ଦେଇଥିବା ସୂଚନା ଅନୁଯାୟୀ ଜଣେ ପୁରୁଷ ମହିଳାର “ଯୌନ ନିର୍ଯାତନା ଯୋଜନା” କୁ ନେଇ ପରାମର୍ଶ ଦେଇଥିବା ଏକ ପୁରୁଷ ସହିତ ସ୍ନାପଚାଟରେ କଥା ହେଇଥିଲା । ତାହା ଅନଲାଇନ୍ ଗ୍ରୁପରୁ ଲିକ୍ ହୋଇଥିବା ‘ଗ୍ୟାଙ୍ଗ୍ ରେପ୍ ଆଲୋଚନା’ର ସ୍କ୍ରିନସଟ୍ ପ୍ରମୁଖ ବିତର୍କର ବିଷୟ ଥିଲା ବୋଲି ପୋଲିସର ଡେପୁଟି କମିଶନର (ସାଇବର କ୍ରାଇମ ୟୁନିଟ୍) ଅନୟେଶ ରୋୟ କହିଛନ୍ତି ।

ନ୍ୟୁଜ୍ ଏଜେନ୍ସି ଦାବି କରିଛି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ନାପଚାଟ୍ କଥାବାର୍ତ୍ତାରେ ଥିବା ପୁରୁଷ ପ୍ରକୃତରେ ଜଣେ ମହିଳା ଥିଲେ । ସେ ମହିଳା ଜଣକ ପୁରୁଷ ନାମରେ ଏକ ନକଲି ପ୍ରୋଫାଇଲ୍ ସୃଷ୍ଟି କରିଥିଲେ । ରିପୋର୍ଟ ଅନୁଯାୟୀ ଉକ୍ତ ମହିଳା ଜଣକ ଯୌନ ନିର୍ଯାତନା ଯୋଜନା କରିବାକୁ ପରାମର୍ଶ ଦେଇଥିଲେ କାରଣ ସେ ଅପରପକ୍ଷରେ ପୁରୁଷ ଚାଟ୍‌ରେ ରଖୁଥିବା ପ୍ରତିକ୍ରିୟାକୁ ଯାଞ୍ଚ କରିପାରିବେ ଯେଉଁଥିରୁ ସେ ପୁରୁଷର ଚରିତ୍ର ପରୀକ୍ଷା କରିପାରିବେ ବୋଲି ଅନୟେଶ ରୋୟ କହିଛନ୍ତି ।

ମହିଳା ଜଣକ ଏକ ଅନଲାଇନ୍ କଥାବାର୍ତ୍ତାର ସ୍କ୍ରିନସଟ୍ ଶେୟାର କରିବା ପରେ ‘ବୋଇସ୍ ଲକର୍ ରୁମ୍’ ମାମଲା ନିନ୍ଦିତ ହୋଇଥିଲା । ଏକ ଇନଷ୍ଟାଗ୍ରାମ ଗ୍ରୁପରେ ୧୭-୧୮ ବର୍ଷ ବୟସର ଏକ ଦଳ ମହିଳାମାନଙ୍କ ମର୍ଫେଡ୍ ଚିତ୍ର ଶେୟାର କରି ଅମାର୍ଜିତ ମନ୍ତବ୍ୟ ଦେଇଥଲେ । ଲିକ୍ ହୋଇଥିବା ସ୍କ୍ରିନସଟ୍ ମଧ୍ୟରୁ ଗୋଟିଏରେ ପୁରୁଷମାନେ ଯୌନ ନିର୍ଯାତନା ଏବଂ ଗ୍ୟାଙ୍ଗ୍ ରେପ୍ ବିଷୟରେ ଆଲୋଚନା କରୁଥିବା ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *