ହିନ୍ଦୀ ସିନେ ଜଗତର ଅପୂରଣୀୟ କ୍ଷତି : ଗତକାଲି ଇରଫାନ୍ ଖାନ ଆଉ ଆଜି ଋଷି କପୁରଙ୍କୁ ହରାଇଲା ବଲିଉଡ଼ ଇଣ୍ଡଷ୍ଟ୍ରି

ମୁମ୍ବାଇ : ମୁମ୍ବାଇର ସାର୍ ଏଚ୍. ଏଚ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକପ୍ରିୟ ଅଭିନେତା ଋଷି କପୁରଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ଥିଲା ୬୭ ବର୍ଷ । ସେ ୨୦୧୮ ମସିହାରୁ କର୍କଟ ରୋଗ ସାଙ୍ଗରେ ସଂଘର୍ଷ କରୁଥିଲେ ଓ ସେଥିପାଇଁ ତାଙ୍କୁ ଆମେରିକାରେ ବର୍ଷେ ରହିବାକୁ ବି ପଡ଼ିଥିଲା । ଚିକିତ୍ସା ପରେ ସେପ୍ଟେମ୍ବର ୨୦୧୯ ରେ ସେ ଭାରତ ଫେରିଥିଲେ ।

ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଫେବୃଆରୀ ମାସରେ ଋଷିଙ୍କୁ ଦୁଇଥର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ଗତକାଲି ଇରଫାନ୍ ଖାନ ଓ ଆଜି ଋଷି କପୁରଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଏନେଇ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଟ୍ୱିଟ୍‌ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ।

https://twitter.com/SrBachchan/status/1255709029336322048?s=20

ଭାରତୀୟ ସିନେମା କିମ୍ବଦନ୍ତୀ ରାଜ କପୁର ଏବଂ କୃଷ୍ଣ ରାଜ କପୁରଙ୍କ ପୁଅ ଋଷି କପୁର ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଅଭିନେତା ସହିତ ସେ ଜଣେ ସିନେ ନିର୍ମାତା ମଧ୍ୟ ଥିଲେ । ୧୯୭୦ ରେ ରାଜ କପୁରଙ୍କ ‘ମେରା ନାମ ଜୋକର’ରେ ଡେବ୍ୟୁ କରିଥିବାବେଳେ ଋଷି ତାଙ୍କର ପ୍ରଥମ ଚଳଚ୍ଚିତ୍ର ୧୯୭୩ ରେ ଡିମ୍ପଲ୍ କାପାଡିଆଙ୍କ ବିପକ୍ଷରେ ‘ବବି’ରେ ଜଣେ ଅଗ୍ରଣୀ ହିରୋ ଭାବରେ କାମ କରିଥିଲେ ।

ପାଞ୍ଚ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ସେ “କରଜ”, “ଖେଲ ଖେଲ ମେନ୍”, “ଅମର, ଆକବର ଏବଂ ଆନ୍ଥୋନୀ”, “ଲୈଲା ମଜନୁ”, “ନାଗିନା”, “ସାଗର”, “ହମ କିସିସେ କମ ନହିଁ”, “ଚାନ୍ଦିନୀ”, “ଦାମିନୀ” ଭଳି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *