ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କ୍ୟାନସର (Lung Cancer), ଚିକିତ୍ସା ପାଇଁ ଯିବେ ଆମେରିକା !

Bollywood actor Sanjay Dutt

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କର୍କଟ ରୋଗ ରେ ପୀଡିତ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ତୃତୀୟ ପର୍ଯ୍ୟାୟରେ ଫୁସଫୁସ କର୍କଟ ହୋଇଛି (ଷ୍ଟେଜ୍ -3)। ସୂଚନାନୁସାରେ, ସେ ଆଜି ଚିକିତ୍ସା ପାଇଁ ଆମେରିକା ଯାଉଛନ୍ତି। ନିକଟରେ ଯେତେବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରୀକ୍ଷା ସମୟରେ ଏହା ସାମ୍ନାକୁ ଆସିଥିଲା। ଦୁଇ ଦିନ ହସ୍ପିଟାଲରେ ରହିବା ପରେ ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ସଞ୍ଜୟ ଦତ୍ତ ମଙ୍ଗଳବାର ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ କହିଥିଲେ, ‘ମୋର ବନ୍ଧୁଗଣ, ଚିକିତ୍ସା ପାଇଁ ମୁଁ କିଛି ଦିନ ପାଇଁ କାମରୁ ବିରତି ନେଉଛି, ମୋ ପରିବାର ଏବଂ ମୋର ସାଙ୍ଗମାନେ ମୋ ସହିତ ଅଛନ୍ତି,ମୁଁ ମୋର ଶୁଭ ଚିନ୍ତକ ମାନଙ୍କୁ ଅନୁରୋଧ କରୁଛି ଯେ ଆଦ୍ୟୁ ଚିନ୍ତା କରନ୍ତୁ ନାହିଁ ଏବଂ ଅନାବଶ୍ୟକ ଭାବରେ କଳ୍ପନା କରନ୍ତୁ ନାହିଁ । ତୁମର ପ୍ରେମ ଏବଂ ଶୁଭେଚ୍ଛା ସହିତ ମୁଁ ଶୀଘ୍ର ଫେରିବି ।

https://www.instagram.com/p/CDvzBVAnKnx/?utm_source=ig_embed

ଏହାପୂର୍ବରୁ ଅଗଷ୍ଟ 8 ରେ ଚଳଚ୍ଚିତ୍ର ଅଭିନେତା ସଞ୍ଜୟ ଦତ୍ତଙ୍କୁ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ୱାସ ନେବାରେ ସାମାନ୍ୟ ଅସୁବିଧା ହେବା ପରେ ନିୟମିତ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କୁ କୋଭିଡ -19 ପରୀକ୍ଷା କରାଯାଇଥିଲା କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା।

Leave a Reply

Your email address will not be published. Required fields are marked *