ଡାଏଟ୍ କରୁଛନ୍ତି କି, ସାବଧାନ ! ଏପରି ଡାଏଟ୍ କରି ବଲିଉଡ଼ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ ସବୁଦିନ ପାଇଁ ଆଖି ବୁଜିଲେ

ମାତ୍ର ୨୭ ବର୍ଷ ବୟସରେ ବଲିଉଡ଼ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ଘଟିଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କିଟୋ ଡାଏଟ ଯୋଗୁ ତାଙ୍କର ଦୁଇଟି ଯାକ କିଡନୀ ଫେଲ୍ ହୋଇଯାଇଥିଲା ଓ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ମିଷ୍ଟି ମୁଖାର୍ଜୀ ଗତ ଶୁକ୍ରବାର ଦିନ ବେଙ୍ଗାଲୁରୁର ଏକ ନର୍ସିଂହୋମରେ ଚିକିତ୍ସିତ ଅବସ୍ଥାରେ ପ୍ରାଣବାୟୁ ଛାଡ଼ିଥିଲେ ।

୨୦୧୨ରୁ ନିଜର କ୍ୟାରିଅର ଆରମ୍ଭ କରି ବଲିଉଡ଼ର ଅନେକ ଫିଲ୍ମ ତଥା ମ୍ୟୁଜିକ ଭିଡ଼ିଓରେ ଅଭିନୟ କରିଥିବା ମିଷ୍ଟି ଅନେକ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ମାତ୍ର ସବୁ ପ୍ରୟାସ ବିଫଳ ହେଲା ଆଉ ସେ ଶେଷରେ ଆଖି ବୁଜିଲେ ।

ମିଷ୍ଟି କେବଳ ଜଣେ ଅଭିନେତ୍ରୀ ନଥିଲେ ବରଂ ଅନେକ ମିଡ଼ିଆ ବିବାଦରେ ମଧ୍ୟ ସାମିଲ ଥିଲେ । ୨୦୧୪ ମସିହାରେ ଏକ ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟରେ  ଧରା ପଡ଼ି ସେ ଗିରଫ ବି ହୋଇଥିଲେ । ଗିରଫ ପରେ ତାଙ୍କଠାରୁ ପୋଲିସ ଅନେକ ସିଡ଼ି ଓ ଟେପ୍ ଜବତ କରିଥିଲା । କେବଳ ସେତିକି ନୁହେଁ କୁହାଯାଉଛି ଯେ, ମିଷ୍ଟି କିଟୋ ଡାଏଟ୍ ନେଉଥିଲେ ।

ଠିକ୍ ଶୁଣିଲେ ଆଜ୍ଞା । ମିଷ୍ଟି ମୁଖାର୍ଜୀ କିଟୋ ଡାଏଟ୍ ନେଉଥିଲେ ଯଦ୍ଵାରା ତାଙ୍କର ଲିଭର ଏବଂ କିଡନୀ ଉପରେ କୁପ୍ରଭାବ ପଡ଼ିଲା । ଶୁଣା କଥାନୁସାରେ ସ୍ଵାସ୍ଥ୍ୟାବସ୍ଥା ଖରାପ ଥିବା ପରେ ବି ସେ କିଟୋ ଡାଏଟ୍ ନେବା ଆରମ୍ଭ କରିଥିଲେ ଏବଂ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାକୁ ଲାଗିଲା । ଏମିତିକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା ।

ତେବେ ଅଭିନେତ୍ରୀ ମିଷ୍ଟି ହିନ୍ଦୀ ଫିଲ୍ମ ସହିତ ବେଙ୍ଗଲି ଫିଲ୍ମ ଓ ଅନ୍ୟ ଭାଷାର ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । “ମୈ କ୍ରିଷ୍ଣା ହୁଁ”, “ଲାଇଫ୍ କି ତୋ ଲଗ୍ ଗୟି” ଭଳି ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ଅନେକ ଫିଲ୍ମରେ ସେ ଆଇଟମ୍ ଡ୍ୟାନ୍ସରେ ବି ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *