ସଂସ୍କାର : ବଲିଉଡ ମୁଭି କାହାର ପସନ୍ଦ ନାହିଁ କହିଲେ! ପ୍ରାୟ ଲୋକଙ୍କର ପସନ୍ଦ ରହିଥାଏ ହିନ୍ଦୀ ଭାଷାରେ ଚଳଚ୍ଚିତ୍ର ଦେଖିବା ପାଇଁ। ବଲିଉଡର ଏପରି ଅନେକ ଚଳଚ୍ଚିତ୍ର ରହିଛି ଯାହାକୁ ଦେଖିଲେ ଆମକୁ କିଛି ଜୀବନରେ ଶିକ୍ଷାଗ୍ରହଣ କରିବାର ସୁଯୋଗ ମିଳିଥାଏ। ମାତ୍ର ଅନ୍ୟପଟେ ବଲିଉଡରେ ଅନେକ ଚଳଚ୍ଚିତ୍ର ଏପରି ମଧ୍ୟ ରହିଛି ଯାହାକୁ ପରିବାର ସହିତ ଦେଖିବା ସମ୍ଭବପର ନୁହେଁ। ଏହି ଚଳଚ୍ଚିତ୍ର ଗୁଡିକୁ ଏକାକୀ ଦେଖିବା ହିଁ ସମସ୍ତଙ୍କ ପାଇଁ ଉତ୍ତମ ହେବ।
ତେବେ ଆମର ଏହି ପୋଷ୍ଟରେ ଆଜି ଆମେ ବଲିଉଡର ଏପରି କେତୋଟି ଚଳଚ୍ଚିତ୍ରର ନାମ ଉଲେଖ୍ୟ କରିଛୁ ଯାହାକୁ ପଢିଲା ପରେ, ଘରର କବାଟ ବନ୍ଦ କରି ଆପଣ ଏହି ଚଳଚ୍ଚିତ୍ର ଗୁଡିକ ଏକାକୀ ଦେଖିବେ। କାରଣ ଏହି ଚଳଚ୍ଚିତ୍ର ଗୁଡିକୁ ପରିବାର ସହିତ ଦେଖିବା ସମ୍ଭବପର ନୁହେଁ।
୧) କାମାସୁତ୍ର :
ବଲିଉଡର ବୋଲ୍ଡ ଫିଲ୍ମ ତାଲିକାରେ ‘କାମାସୁତ୍ର’ ଚଳଚ୍ଚିତ୍ର ହେଉଛି ପ୍ରଥମ। ଯେତେବେଳେ ଏହି ଫିଲ୍ମ ରିଲିଜ୍ ହେଲା , ସେହି ସମୟରେ ଏହି ଫିଲ୍ମକୁ ନେଇ ଅନେକ ବିବାଦ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅନେକ ଅନ୍ତରଙ୍ଗ ଦୃଶ୍ୟ ପରିବେଷଣ କରାଯାଇଥିଲା | ଏହି ଫିଲ୍ମରେ ଅଭିନେତ୍ରୀ ନିଜର ଅନେକ ନଗ୍ନ ଦୃଶ୍ୟ ମଧ୍ୟ ଦେଇଥିଲେ।
୨) ମର୍ଡର :
ଯେତେବେଳେ ମଲାଇକା ଶେରାୱତ ଏବଂ ଇମ୍ରାନ ହାଶମୀଙ୍କ ‘ମର୍ଡର’ ଫିଲ୍ମ ପରଦାରେ ରିଲିଜ ହୋଇଥିଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିବାହ ପରେ ମଧ୍ୟ ତାଙ୍କ ପ୍ରେମିକ ସହିତ ସମ୍ପର୍କ ରଖିବାର କାହାଣୀ ଦର୍ଶକଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ ଚିକତ ଥିଲା | ମଲାଇକା ଶେରାୱତ ଏହି ଫିଲ୍ମରେ ବୋଲ୍ଡ ଦୃଶ୍ୟର ସୁଟିଂ କରିଥିଲେ ଏବଂ ବଲିଉଡର ସବୁଠାରୁ ବୋଲ୍ଡ ଅଭିନେତ୍ରୀ ମଧ୍ୟରେ ଶାମିଲ ହୋଇଥିଲେ।
୩) ଗାର୍ଲଫ୍ରେଣ୍ଡ :
ଫିଲ୍ମ ‘ଗର୍ଲଫ୍ରେଣ୍ଡ’ ୨୦୦୪ ମସିହାରେ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଇଶା କୋପିକର, ଅମୃତା ଆରୋରା, ଆଶିଷ ଚୌଧୁରୀ ଏବଂ ସୁମିତ ନିଜାୱାନ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ନଗ୍ନତାର ସମସ୍ତ ସୀମା ଟପିଯାଇଥିଲା। ଏହି ମୁଭିରେ ଇଶା କପିକିକର ଏବଂ ଅମୃତା ଆରୋରା ଅନେକ ବୋଲ୍ଡ ଦୃଶ୍ୟ ଦେଇଥିଲେ।
୪) ହାୱାସ୍ :
ହାୱାସ ଚଳଚ୍ଚିତ୍ର ମଧ୍ୟ ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ଏହା ଏକ ଇରୋଟିକ୍ ଥ୍ରୀଲର ଡ୍ରାମା ଥିଲା। ଏହି ଫିଲ୍ମରେ ମେଘନା ନାଇଡୁ, ଶୌର ଅଲି ଏବଂ ତରୁଣ ଆରୋରା ନଜର ଆସିଥିଲେ। ଫିଲ୍ମର ନାମରୁ ଫିଲ୍ମ ବିଷୟରେ ଅନେକ କିଛି ସ୍ପଷ୍ଟ ହୋଇଯାଏ | ଫିଲ୍ମରେ ଅନେକ ନଗ୍ନତାର ସୀମା ଅତିକ୍ରମ କରାଯାଇଥିଲା।
୫) ଜୁଲି :
ନେହା ଧୁପିଆଙ୍କ ଫିଲ୍ମ ‘ଜୁଲି’କୁ ପ୍ରଶଂସକ ମାନେ ଭୁଲି ପାରିବେ ନାହିଁ। ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଏହି ମୁଭି ବଲିଉଡର ଏକ ଡ୍ରାମା ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ଅନେକ ପୁଅ ବାରମ୍ବାର ନେହାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ଫିଲ୍ମରେ ନେହାଙ୍କ ବୋଲ୍ଡ ଦୃଶ୍ୟ ଦେଖିବା ପରେ ପ୍ରଶଂସକମାନେ ପାଗଳ ହୋଇଯାଇଥିଲେ।
୬) ଜିସ୍ମ୍ ୨ :
ଜିସ୍ମ ୨, ବୋଧହୁଏ ବୋଲ୍ଡ ଫିଲ୍ମର ଶୀର୍ଷରେ ରଖାଯିବା ଉଚିତ। ଫିଲ୍ମରେ ଏପରି ଅନେକ ଦୃଶ୍ୟ ଥିଲା ଯାହାକୁ ଏକାକୀ ହିଁ ଦେଖିପାରିବେ। ଫିଲ୍ମଟି ପରିବାର ସହିତ ବସି ଦେଖାଯିବା ଭଳି ତିଆରି କରାଯାଇନାହିଁ। ଫିଲ୍ମରେ ସନ୍ନି ଲିଓନଙ୍କ ସେକ୍ସି ଦୃଶ୍ୟ ନିର୍ଦ୍ଦେଶକ ଦ୍ୱାରା ଭଲ ଭାବରେ ଉପସ୍ଥାପିତ ହୋଇଥିଲା | ଏହି ଫିଲ୍ମକୁ ପ୍ରଶଂସକମାନେ ମଧ୍ୟ ପସନ୍ଦ କରିଥିଲେ।