କରୋନା ନିୟମ ଭାଙ୍ଗି ମେଫେୟାର ହୋଟେଲ ରେ କଲେ ଧୁମ-ଧାମ ରେ ବାହାଘର, ହୋଟେଲ ସିଲ୍ ସହ ୫ ଜଣ ହେଲେ ଗିରଫ…

ବ୍ରହ୍ମପୁର: କରୋନା କାଳ ରେ ଗଂଜାମ ଜିଲ୍ଲା ରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ବ୍ରହ୍ମପୁର ନ୍ୟୁମିଲିଟାରେ ରୋଡ୍‌ର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଦୀପକର ଗତ ୨ ତାରିଖରେ ବାହାଘର ଆୟୋଜନ କରିଥିଲେ । ଗୋପାଳପୁରରେ ଏକ ବଡ ହୋଟେଲ୍‌ ମେଫେୟାର ରେ ବିବାହ ପାଇଁ ଜୋର ଦାର ରେ କାର୍ଯ୍ୟକ୍ରମ ଚାଲିଥିଲା ।

କୌଣସି କରୋନା ନିୟମ ମାନିନଥିଲେ ଉଭୟ ବର ଓ କନ୍ୟା ପକ୍ଷ ଏବଂ ଡିଜେରେ କମ୍ପିଥିଲା ସମସ୍ତ ଅଞ୍ଚଳ । ଏତେ କଟକଣା ସତ୍ୱେ ଏପରି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଘଟଣା ର ଭିଡ଼ିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ।

ଏହା ବି ପଢନ୍ତୁ: ଭାଇଜାନଙ୍କ ପ୍ରେମରେ ଏବେ ସାଂସଦ : ସୋସିଆଲ ମିଡ଼ିଆରେ ହେଉଛନ୍ତି ଟ୍ରୋଲ୍

ସୂଚନା ପାଇ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କରୋନା ନିୟମ ନମାନି ବିବାହ କରିବା ବଡ ମାହାଙ୍ଗା ପଡିଲା, ବର ଓ କନ୍ୟା ପକ୍ଷ ଠାରୁ ୫୦ ହଜାର ଜରିମାନା ସହ ବର, ତାଙ୍କ ବାପା ଏବଂ ଅନ୍ୟ 3 ଜଣ ଙ୍କୁ ଅଟକ ରଖିଛି ପୋଲିସ ।

ଓଡିଶା ରେ ଗଂଜାମ ଜିଲ୍ଲା ରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ଏବଂ ଏହା ରେଡ ଜୋନ ରେ ଅଛି । ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଜିଲ୍ଲା ପ୍ରଶାସନ ବିଭିନ୍ନ ପଦେକ୍ଷେପ ନେଉଥିବା ବେଳେ ଏପରି ମନଇଚ୍ଛା କାମ ପ୍ରଶାସନ ପାଇଁ ଚିନ୍ତା ର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *