ସଂସ୍କାର : ନିଜର ରକ୍ତର ଭଉଣୀ ସହିତ ବିବାହ କଲା ଭାଇ। ଆଉ ଏହି ଭାଇ – ଭଉଣୀଙ୍କର ବିବାହ ଖବରରେ ସଭିଏଁ ଛାନିଆ। କାରଣ ଏହି ଦୁଇଙ୍କର ବିବାହ ପଛର କାରଣ ଜାଣିଲେ ଆପଣ ବି ଅବାକ ହୋଇଯିବେ। ଏହି ବିବାହ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ମାମଲା। ଫିରୋଜାବାଦର ଟୁଣ୍ଡଲାରୁ ସାମ୍ନାକୁ ଆସିଥିବା ଏହି ମାମଲା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ସମେତ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହି ବିବାହ ପଛର କାରଣ ହେଉଛି ଟଙ୍କା। ଆଜ୍ଞା ହଁ ! ଟଙ୍କା ଲୋଭରେ ଏହି ଅଞ୍ଚଳର ଜଣେ ଭାଇ ନିଜ ଭଉଣୀ ସହିତ ବିବାହ କରିଛି।
ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧୀନରେ ନିଜ ଭଉଣୀଙ୍କୁ ବିବାହ କରିଛି। ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ସେତେବେଳେ ସ୍ଥାନୀୟ ଲୋକଙ୍କ ସମେତ ସରକାରୀ ବାବୁମାନଙ୍କର ପାଦ ତଳୁ ମାଟି ଖସିଯାଇଛି। କାରଣ ଟଙ୍କା ଲୋଭରେ ଏମିତି ବିବାହ ସରକାରୀ ବାବୁମାନେ କେବେ ଦେଖିନାହାନ୍ତି। ତେବେ ଏହି ବିବାହକୁ ନେଇ ଯାଞ୍ଚ କରିଥିବା ଅନୁସନ୍ଧାନକାରୀ ଅଧିକାରୀଙ୍କଠାରୁ ଏହାର ଉତ୍ତର ମଗାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୧ ତାରିଖ ଶନିବାର ଦିନ ଟୁଣ୍ଡଲା ବ୍ଲକ ବିକାଶ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଜନ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଜନ ବିବାହ କାର୍ଯ୍ୟକ୍ରମରେ ମ୍ୟୁନିସିପାଲିଟି ଟୁଣ୍ଡଲା, ବ୍ଲକ୍ ଟୁଣ୍ଡଲା ଏବଂ ବ୍ଲକର ବିଡିଓଙ୍କ ଉପସ୍ଥିତିରେ ୫୧ ଯୋଡ଼ା ଦମ୍ପତି ବିବାହ କରିଥିଲେ। ଏହି ଜନ ବିବାହ ସମାରୋହରେ ସମସ୍ତ ଦମ୍ପତିଙ୍କୁ ଘରୋଇ ସାମଗ୍ରୀ ଏବଂ ପୋଷାକ ସରକାର ପ୍ରଦାନ କରିଥିଲେ। ତେଣୁ ବର୍ତ୍ତମାନ ଗୋଟିଏ ମାସ ପରେ ଏହି ବିବାହ କରିଥିବା ସରକାରୀ ବାବୁମାନେ ଆସିଥିଲେ ଯାଞ୍ଚ ପତ୍ର କରିବା ପାଇଁ। ତେବେ ସେମାନେ ଯେତେବେଳେ ଯାଞ୍ଚ ସମୟରେ ଜାଣିଲେ ଯେ ଜଣେ ଦମ୍ପତି ରକ୍ତ ସମ୍ପର୍କରେ ଭାଇ – ଭଉଣୀ ହୋଇ ବିବାହ କରିଛନ୍ତି, ଠିକ ସେହି ସମୟରେ ସରକାରୀ ଅଧିକାରୀଙ୍କ ହୋସ ଉଡିଯାଇଥିଲା। ସେମାନେ ମୁଣ୍ଡରେ ହାତ ଦେଇ ବସିପଡ଼ିଲେ।
ଜାତୀୟ ଗଣମାଧ୍ୟମର ସୁତ୍ର ଅନୁଯାୟୀ, ଯେତେବେଳେ ଏହି ଜନ ବିବାହ ସମାରୋହର ଭିଡିଓ ଏବଂ ଫଟୋ ଆଖପାଖ ଅଞ୍ଚଳର ଲୋକ ଏବଂ ଗାଁ ମୁଖିଆଙ୍କ ନିକଟରେ ପହଞ୍ଚିଲା, ସେତେବେଳେ ଚାରୋଟି ଜାଲିଆତି ବିବାହର ପର୍ଦାଫାଶ ହେଲା। ତେବେ ଏହି ଚାରୋଟି ଜାଲିଆତି ବିବାହରେ ରହିଛି, ଜଣେ ଭାଇ-ଭଉଣୀ ନିଜ ମଧ୍ୟରେ ବିବାହ କରିବାର ପ୍ରମାଣ। ଏହି ମାମଲାର ତଦନ୍ତ ପରେ ଭାଇଙ୍କ ବିରୋଧରେ ସାମାଜିକ କଲ୍ୟାଣ ବିଭାଗର ସହକାରୀ ବିକାଶ ଅଧିକାରୀ ଚନ୍ଦ୍ରବାନ୍ ସିଂଙ୍କ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେପଟେ ନକଲି ବିବାହ କରିଥିବା ଭାଇଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଛି ବୋଲି ସ୍ଥାନୀୟ ବ୍ଲକର ବିଡିଓ କହିଛନ୍ତି। ଏହା ବ୍ୟତୀତ ଅନ୍ୟ ଦମ୍ପତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଯେଉଁମାନେ ବିବାହ ଠକେଇ କରିଛନ୍ତି। ଏଥି ସହିତ ଘଟଣାର ତଦନ୍ତ ଚାଲିଛି ବୋଲି ବ୍ଲକର ବିଡିଓ ସ୍ପଷ୍ଟ ଭାବରେ ସୂଚନା ପ୍ରଦାନ କରିଛନ୍ତି।