ସଂସ୍କାର : ଜଣେ ବିବାହିତ ମହିଳାଙ୍କ ପାଇଁ ତାଙ୍କ ସ୍ୱାମୀର ବଡ଼ଭାଇ ଏବଂ ଶ୍ୱଶୁରଙ୍କ ମଧ୍ୟରେ ସମ୍ପର୍କ ଏକ ପବିତ୍ର ସମ୍ପର୍କ ଭାବରେ ବିବେଚନା କରାଯାଏ | କିନ୍ତୁ ନୋଏଡାରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଜଣେ ବୋହୂକୁ , ଶ୍ୱଶୁର ଓ ତାଙ୍କ ସ୍ୱାମୀର ବଡ଼ଭାଇ ମିଶି ବଳାତ୍କାର କରିଛନ୍ତି। ଆଉ ପୀଡିତା ମହିଳା ବର୍ତ୍ତମାନ ବଳାତ୍କାର ସମୟର ଭିଡ଼ିଓକୁ ନେଇ ପୋଲିସ୍ ନିକଟରେ ପହଂଚିଛନ୍ତି।
ସୁରଜପୁର ପୋଲିସ ଗତ ଶୁକ୍ରବାର ଦିନ ତାଙ୍କ ବୋହୂକୁ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଶ୍ୱଶୁରଙ୍କୁ ଗିରଫ କରିଛି। ଏହି ମାମଲାରେ ପୀଡିତାଙ୍କ ସ୍ୱାମୀର ବଡ଼ଭାଇ ଗିରଫ ହୋଇସାରିଛି। ସୁରଜପୁରର ପୋଲିସ ଷ୍ଟେସନର ଇନ୍ସପେକ୍ଟର ଅଜୟ କୁମାର ସିଂ କହିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ଜଣେ ମହିଳା ପୋଲିସ ଷ୍ଟେସନ ସୁରଜପୁରରେ ଏକ ରିପୋର୍ଟ ଦାଖଲ କରିଥିଲେ ଯେ ତାଙ୍କ ସ୍ୱାମୀର ବଡ଼ଭାଇ ଏବଂ ଶ୍ୱଶୁର ରାଜଭୀର ତାଙ୍କୁ ବଳାତ୍କାର କରିଛନ୍ତି।
ଷ୍ଟେସନ ଦାୟିତ୍ୱରେ ଥିବା ପୋଲିସ୍ କହିଛନ୍ତି ଯେ ମହିଳା ଜଣକ ଏ ସମ୍ପର୍କରେ ପୋଲିସକୁ ଏକ ଭିଡିଓ ମଧ୍ୟ ଦେଖାଇଛନ୍ତି। ଖବର ଅନୁଯାୟୀ, ଭିଡିଓରେ ଦେଖାଯାଉଛି ଯେ, ମହିଳା ଜଣକଙ୍କୁ ତାଙ୍କ ଶ୍ୱଶୁର ଏବଂ ତାଙ୍କ ସ୍ୱାମୀର ବଡ଼ଭାଇ ବଳାତ୍କାର କରୁଛନ୍ତି। ତେଣୁ ଏହି ଭିଡ଼ିଓ ଆଧାରରେ ପୋଲିସ୍ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଜେଲରେ ବନ୍ଦୀ ହୋଇସାରିଲେଣି।