ଭାଇର ଉପସ୍ଥିତିରେ ଦିଅର ସହିତ ଭାଉଜର ବାହାଘର ; କନ୍ୟା ଦାନ କଲା ସ୍ୱାମୀ !

ସଂସ୍କାର : ଝାଡଖଣ୍ଡର ଗିରିଡିହରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ନିଜର ସାନଭାଇ ସହିତ ବିବାହ କରିଦେଇଛନ୍ତି। ଯାହାକି ବର୍ତ୍ତମାନ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲା ଗିରିଡିହ ଜିଲ୍ଲାର ଟିସିର ବ୍ଲକର ଲାଖକାନ ଗାଁର ଅଟେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ଯେତେବେଳେ ଜାଣିବାକୁ ପାଇଲେ ଯେ, ତାଙ୍କ ପତ୍ନୀ ଏବଂ ଭାଇଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି, ସେତେବେଳେ ବ୍ୟକ୍ତି ଜଣକ ନିଜର ସାନ ଭାଇ ସହିତ ତାଙ୍କ ପତ୍ନୀଙ୍କୁ ବିବାହ କରାଇଦେଲେ। ତେବେ ମହିଳା ଜଣକ ନିଜ ଦିଆରକୁ ବିବାହ କରିବା ଆଗରୁ ଦୁଇଟି ସନ୍ତାନର ମାଆ ହୋଇସାରିଛନ୍ତି।

ରିପୋର୍ଟ ଅନୁଯାୟୀ, ମହିଳା ଜଣକ ହଠାତ୍ ଗୁଜରାଟର ସୁରଟରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କ ସ୍ୱାମୀ ଏବଂ ଦିଅର କାମ କରୁଥିଲେ। କିନ୍ତୁ ସୁରଟରେ ସ୍ୱାମୀଙ୍କ ନିକଟରେ ମହିଳା ଜଣକ ନ ରହି ଦିଅର ପାଖରେ ରାତି କଟାଇଥିଲେ। ଦିଅର ଭାଉଜ ଦୁହେଁ ଏକାଠି ରହିବା ଆରମ୍ଭ କରିଥିଲେ ଏବଂ ମଝିରେ ମଝିରେ ଦୁହେଁ ସୋସିଆଲ ମିଡିଆରେ ନିଜର ଅନ୍ତରଙ୍ଗ ଫୋଟ ଅପଲୋଡ୍ କରୁଥିଲେ।

ତେବେ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ସୋସିଆଲ୍ ମିଡ଼ିଆରେ ମହିଳାଙ୍କ ସ୍ୱାମୀ ଦେଖି ଦେଇଥିଲେ। ଆଉ ସାନଭାଇକୁ ଏହି ଫୋଟ ବାବଦରେ ପଚାରିବା ପରେ ସେ କହିଥିଲା ଯେ , ସେ ଭାଉଜଙ୍କୁ ପ୍ରେମ କରୁଛି। ଆଉ ତାଙ୍କୁ ବାହା ହେବାକୁ ଚାହୁଁଛି। ଆଉ ସାନ ଭାଇର କଥାରେ ରାଜି ହୋଇ ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ ସାନଭାଇ ସହିତ ବିବାହ କରାଇଦେଲେ। ଆଉ ଏହି ବାହାଘରରେ ସେ ମହିଳାଙ୍କର ମଧ୍ୟ ସହମତି ରହିଥିଲା।

Leave a Reply

Your email address will not be published. Required fields are marked *