ମାନବିକତାକୁ ଲଜ୍ଜା : ଭାଇ ଭୁଲର କରୁଣ ପରିଣତି ଭୋଗିଲାକୁ ପଡ଼ିଲା ନାବାଳକା ଭଉଣୀକୁ, ଗଣବଳାତ୍କାର ଶିକାର ହେଲାପରେ …

ତିନି ମାସ ପୂର୍ବେ ଭାଇ କରିଥିବା ଭୁଲ ପାଇଁ ନାବାଳିକା ଭଉଣୀକୁ ଭୋଗିବାକୁ ପଡ଼ିଲା ଦଣ୍ଡ । ସେ ଦଣ୍ଡ ବି ପୁଣି ଯାହା ଜାଣିଲା ପରେ ଆପଣଙ୍କ ଛାତି ବି ଥରି ଉଠିବ । ପ୍ରଥମେ ଗଣବଳାତ୍କାର ଏବଂ ପରେ ବଳାତ୍କାର କରିଥିବା ଯୁବକମାନେ ମିଶି ଏକାଠି ତା ମଥାରେ ସିନ୍ଦୁର ଦେଇ ଫେରାର ହୋଇଗଲେ । ବୁଧବାର ଦିନ ବିହାରର ବୈଷ୍ଣବ ଜିଲ୍ଲାରେ ମାନବିକତାକୁ ଲଜ୍ଜା ଭଳି ଏକ ଦାରୁଣ ଘଟଣା ସାମ୍ନାକୁ ଆସିଛି ଇଣ୍ଡଷ୍ଟ୍ରିଆଲ୍ ଥାନାରୁ ।

ବୁଧବାର ସକାଳେ ନାବାଳିକା ଜଣକ ଗୋରୁ ଚରାଇବାକୁ ଯାଇଥିଲେ । ତାକୁ ଏକୁଟିଆ ଦେଖି ୪ ଜଣ ମିଶି ତା ମୁହଁ ବନ୍ଦ କରିବା ସହିତ ତା ହାତଗୋଡ଼ ବି ବାନ୍ଧିଦେଲେ ଏବଂ ବଳାତ୍କାର କରିଥିଲେ । ଏହି ଗଣବଳାତ୍କାର ପରେ ଗରୀବ ପୀଡ଼ିତା ମଥାରେ ସିନ୍ଦୁର ପିନ୍ଧାଇ କୁଆଡ଼େ ପଳାଇ ଯାଇଥିଲେ । ଯେତେବେଳେ ଗାଁ ଲୋକେ ଚେତାଶୂନ୍ୟ ଅବସ୍ଥାରେ ପୀଡ଼ିତାକୁ ପାଇଲେ, ତୁରନ୍ତ ତା ପରିବାରକୁ ଜଣାଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ ତାକୁ ହାଜିପୁରର ସଦର ଡାକ୍ତରଖାନାକୁ ନେଇଥିଲେ । ଏହାପରେ ଘଟଣା ନେଇ ଥାନାରେ ପହଞ୍ଚିଥିଲେ ପରିବାର ସଦସ୍ୟ । ହେଲେ ପରିବାରର ଅଭିଯୋଗ ଯେ ଖବର ପାଇଲା ପରେ ବି ଘଟଣାସ୍ଥଳରେ ପହଞ୍ଚିଲା ନାହିଁ ପୋଲିସ ।

ଇଣ୍ଡଷ୍ଟ୍ରିଆଲ୍ ଥାନାର SHO କହିଛି ଯେ ପୀଡ଼ିତାଙ୍କ ଭାଇ ୩ ମାସ ପୂର୍ବରୁ ସେହି ଗାଁର ଜଣେ ଯୁବତୀ ସହିତ ପଳେଇଥିଲା । ଏହି ଘଟଣାରେ ରାଗି ପଳେଇଥିବା ଯୁବତୀର ଭାଇମାନେ ଏହି ଘଟଣା ଘଟାଇଛନ୍ତି । SHOଙ୍କ କହିବା କଥା ଯେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପୀଡ଼ିତାଙ୍କ ପରିବାରର ଆବେଦନକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବାସ୍ତବରେ, ଇଣ୍ଡଷ୍ଟ୍ରିଆଲ୍ ଥାନା ପରିସରରେ ଥିବା ଏକ ଗାଁରେ ଜଣେ ଯୁବକ ୩ ମାସ ପୂର୍ବେ ସେହି ଗାଁର ଜଣେ ଯୁବତୀ ପ୍ରେମରେ ପଡ଼ିଥିଲେ ଏବଂ ଦିନେ ତାଙ୍କ ପ୍ରେମିକାକୁ ନେଇ ଗାଁ ଛାଡ଼ି ପଳାଇଥିଲେ । ଏହାପରେ ବାରମ୍ବାର ଯୁବକଙ୍କ ପରିବାର ସହିତ ଯୁବତୀଙ୍କ ପରିବାର ଲୋକେ ଝଗଡ଼ା କରୁଥିଲେ । ଅନେକ ଥର ଏହି ପ୍ରସଙ୍ଗରେ ପଞ୍ଚାୟତ ବି ଡକା ଯାଇଥିଲା, କିନ୍ତୁ ଯୁବତୀଙ୍କ ଭାଇମାନଙ୍କ ରାଗ କମି ନଥିଲା ।

ଏହାପରେ ୩ ମାସ ପରେ, ଫେରାର ଯୁବତୀଙ୍କ ଭାଇମାନେ ଏହି ଭୟଙ୍କର ଘଟଣା ଘଟାଇଛନ୍ତି । ତେବେ ଏହି ଘଟଣାରେ ୪ ଅଭିଯୁକ୍ତ ଯୁବକ ସହିତ ଦୁଇ ମହିଳା ମଧ୍ୟ ସମ୍ପୃକ୍ତ ଥିବା ଜଣାଯାଇଛି । କୁହାଯାଉଛି ଯେ ଏହି ଘଟଣା ପ୍ରତିଶୋଧ ଉଦ୍ଦେଶ୍ୟରେ କରାଯାଇଛି ।

Leave a Reply

Your email address will not be published. Required fields are marked *