ସଂସ୍କାର : ଜଣେ ଯୁବକ ତିନି ଶହ ମହିଳାଙ୍କ ସହ କରିଛି ସେକ୍ସ ପରେ ବ୍ଲାକମେଲିଂ। ଆଉ ଏହି ବ୍ଲାକମେଲିଂ ମାଧ୍ୟମରେ ମାସକୁ ରୋଜଗାର କରୁଥିଲା ଲକ୍ଷ ଲକ୍ଷ ଟଙ୍କା। ବିତାଉ ଥିଲା ରାଜକୀୟ ଜୀବନ। ତେବେ ପୋଲିସ ତାକୁ ଅନ୍ୟ ଏକ କେସ୍ ରେ ଗିରଫ କରିବା ପରେ ଜଣା ପଡିଲା ଯୁବକର ଏହି ସେକ୍ସ ରକେଟ୍ କଥା।
ଏଭଳି ଏକ ଖବର ସାମ୍ନାକୁ ଆସିଛି ହାଇଦ୍ରାବାଦରୁ। ହାଇଦ୍ରାବାଦର ଜଣେ ଯୁବକ ଯାହାର ନାମ ସି ପ୍ରସନ୍ନ କୁମାର (୨୩ ବର୍ଷ ) ସେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପରିସରକୁ ଆସିଛି। କାରଣ ସେ ୨୦୧୭ ମସିହାରୁ ବିଟେକ୍ ପାଠ ପଢ଼ାରୁ ଡ୍ରପ୍ ଆଉଟ ହୋଇ ଅପରାଧ ଜଗତରେ ସକ୍ରିୟ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ପ୍ରୋଡଟୁର ସହରରେ ରହୁଥିବା ପ୍ରସନ୍ନଙ୍କୁ ପୁଲିସ ଗିରଫ କରିଛି । ସେ ଯୁବତୀ ଏବଂ ମହିଳାମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ଏହାର ଫଟୋ ଏବଂ ଭିଡିଓ କରି ରଖୁଥିଲା । ପରେ ଏହାକୁ ସେହି ମହିଳାଙ୍କୁ ଦେଖାଇ ବ୍ଲାକ୍ ମେଲିଂ କରିବା ସହ ତାଙ୍କ ପାଖରୁ ଲକ୍ଷ-ଲକ୍ଷ ଟଙ୍କା ଆଦାୟ କରୁଥିଲା ।
୨୦୧୭ ମସିହାରେ ସେ କଲେଜ ପାଠପଢ଼ା ଅଧାରୁ ରଖି ଯୁବତୀ ଓ ମହିଳାମାନଙ୍କୁ ଫସେଇ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା ଧନ୍ଦା ଆରମ୍ଭ କରିଥିଲା। ନିଜର ସୌଖୀନ ଜୀବନଶୈଳୀକୁ ଦେଖାଇ ସେ ଯୁବତୀମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଥିଲା। ଏଭଳି ଭାବେ ସେ ୨୦୧୭ ମସିହାରୁ ଏବେ ସୁଦ୍ଧା ୩୦୦ରୁ ଅଧିକ ମହିଳା ଓ ଯୁବତୀଙ୍କୁ ଫସେଇଥିବା ପୁଲିସ ଆଗରେ ସ୍ୱୀକାର କରିଛି। ସୋସିଆଲ ମିଡିଆ ମାଧମରେ ସେ ମହିଳାମାନଙ୍କୁ ଚିହ୍ନଟ କରୁଥିଲା। ତେବେ ଗତ ଜୁଲାଇ ମାସରେ ପୁଲିସ ତାକୁ ଚାକିରି ଜାଲିଆତି ସମ୍ପର୍କିତ ଏକ ମାମଲାରେ ଗିରଫ କରିଥିଲା । ଉକ୍ତ ଘଟଣାରେ ତା’ର ଜେରା କରାଯିବା ସମୟରେ ସେ ମହିଳାମାନଙ୍କୁ ଫସାଇ ଟଙ୍କା ଆଦାୟ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛି।