ବୁରାଡି ରିଟର୍ଣ୍ଣସ୍: ଭୋକ ବିକଳରେ ଚାଲିଗଲା ୯ମାସ ଶିଶୁର ଜୀବନ, ମୋଟ ୫ ଜଣ ମୃତ

ସଂସ୍କାର : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଦିଲ୍ଲୀ ବୁରାଡି ଘଟଣା ଭଳି ଏକ ଘଟଣା ନଜର ଆସିଛି । ଆଉ ଏହି ଘଟଣାକୁ କେହି କେହି କହୁଛନ୍ତି ବୁରାଡି ୨.୦ । ଏହି ଆଶ୍ଚର୍ଯ୍ୟଜନକ ଘଟଣା ସ୍ଥାନୀୟ ବାସିନ୍ଦା ସମେତ ଅନେକଙ୍କୁ ବର୍ତ୍ତମାନ ଚକିତ କରିଦେଇଛି। ସୂଚନା ମୁତାବକ,ଏଠାରେ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଆଉ ଏହି ୫ ଜଣ ସଦସ୍ୟଙ୍କ ମୃତ ଦେହ ବନ୍ଦ ଥିବା ଘରରୁ ପୋଲିସ୍ ଉଦ୍ଧାର କରିଛି। ତେବେ ଦୁଃଖର ବିଷୟ ଏହା ଯେ, ଏହି ମୃତକଙ୍କ ମଧ୍ୟରେ ଜଣେ ୯ ମାସର ଶିଶୁ ରହିଛି।

ମିଳିଥିବା ସୂଚନା ଅନୁସାରେ, ଶିଶୁଟି ଦୀର୍ଘଦିନ ଭୋକ ବିକଳରେ ପଡିରହିବାରୁ ତାର ମୃତ୍ୟୁ ହୋଇଯାଇଛି । ତେବେ ଘଟଣା ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ଏହି ଘଟଣା ବେଙ୍ଗାଲୁରର ବାଇଡାରାହଲ୍ଲୀରେ ଘଟିଛି। ଏଠାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହେଲେ ୯ମାସର ବାଳିକାଙ୍କ ମୃତଦେହ ଖଟ ଉପରେ ପଡ଼ିରହିଥିଲା ।

ଆହୁରି ମଧ୍ୟ ଜଣେ ଅଢେଇ ବର୍ଷର ଝିଅ ଜୀବନ୍ତ ଥିବା ଦେଖିବାକୁ ମିଳିଛି । ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଯିବା ସହ ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଏହା ସାମୁହିକ ଆତ୍ମହତ୍ୟା ମାମଲା ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *