ସଂସ୍କାର : ଭିଡ଼ିଓ ସାମ୍ବାଦିକ ତଥା କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ହତ୍ୟା ଘଟଣାରେ ନୂଆନୂଆ କଥା ସାମ୍ନାକୁ ଆସୁଛି। ମାନସଙ୍କ ହତ୍ୟା ମାମଲାରେ ବଡ଼ବଡିଆଙ୍କ ଲିଙ୍କ୍ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ । ନିକଟରେ ମାନସଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ, ତାଙ୍କ ପତିଙ୍କ ହତ୍ୟାରେ ଦୁଇ ଜଣ ମନ୍ତ୍ରୀ ସାମିଲ ଅଛନ୍ତି। ତେବେ ଅନ୍ୟପଟେ ମାନସଙ୍କ ହତ୍ୟା ଘଟଣାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତ୍ତନ ଅଧିକାରୀ ନିରଞ୍ଜନ ସେଠି ଗିରଫ ହୋଇସାରିଛନ୍ତି । ଏହା ସହିତ ରାଜ କମ୍ୟୁନିକେସନର ମାଲିକ ବି ଏହି ମାମଲାରେ ଗିରଫ ହୋଇସାରିଛନ୍ତି । ତେବେ ଯେତେବେଳେ ମାନସ ସ୍ଵାଇଁଙ୍କୁ ଅପହରଣ କରାଗଲା ସେତେବେଳେ ତାଙ୍କ ସହ କିପରି ବ୍ୟବହାର କରାଯାଇଥିଲା ସେହି ବିଷୟରେ ସବୁ କହିଛନ୍ତି ବୃଦ୍ଧାଶ୍ରମର କର୍ମଚାରୀ।
ଏହା ସହିତ ମାନସଙ୍କର ହତ୍ୟା ଷଡଯନ୍ତ୍ରରେ କିପରି ହୋଇଥିଲା ଏହାକୁ ନେଇ ବୃଦ୍ଧାଶ୍ରମର କର୍ମଚାରୀ ନିଜର ବୟାନ ଦେଇଛନ୍ତି । ତେବେ ସେ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା । ବୃଦ୍ଧାଶ୍ରମ ମହିଳା କର୍ମଚାରୀ ଜଣକ କହିଛନ୍ତି-‘ପ୍ରଥମେ ମାନସକୁ ଏକ ଧଳା କାରରେ କେତେଜଣ ବ୍ୟକ୍ତି ଆଶ୍ରମକୁ ଆଣିଥିଲେ ଓ ପଚରା ଉଚରା କରିଲେ। ସେହି ସମୟରେ ତାକୁ କହିଲେ ସାର୍ଟ ଖୋଲିବା ପାଇଁ ସେ ସାର୍ଟ ନଖୋଳିବାରୁ ତାର ସାର୍ଟ ଚିରି ଦେଲେ।
କର୍ମଚାରୀ ଗଣମାଧ୍ୟମକୁ ଆହୁରି କହିଛନ୍ତି-‘ଏହା ପରେ ତାକୁ ବାଡାଇଲେ ଓ ପଚାରିଲେ କେଉଁଠି ରଖିଛୁ ଚିପ୍ । ସେ କହିଲା ମୋ ପାଖରେ ନାହିଁ । ତା ପରେ ସେମାନେ ତାକୁ ସେପଟ ଘରେ ରଖିବା ପାଇଁ କହିଲେ ଓ ମୋତେ ତାଲା ମାଗିଲେ ମୁ କହିଲି ତାଲା ନାହିଁ । ସେଥିପାଇଁ ସେମାନେ ତାକୁ ଏପଟ ଘର ଆଣି ରଖିଲେ । ତାର ଏଟିଏମ କାର୍ଡ, ମୋବାଇଲ ଫୋନ ଓ 4 ହଜାର ଟଙ୍କା ସହ ସମସ୍ତ ଡକ୍ୟୁମେଣ୍ଟ ନେଇଗଲେ । ଏହା ପରେ ତାକୁ ଘର ଭିତରେ ରଖି ବାହାରୁ ଚାବି ଦେଇ ଚାଲିଗଲେ’ ।
ଆଗକୁ ସେ କହିଛନ୍ତି-‘ଏହା ପରେ ଦିନେ ମ୍ୟାଡମ ଆସିଲେ ଆଉ ସେ ମ୍ୟାଡମକୁ କହିଲା, ମୋ ପାଖରେ ଅଛି। ମୁଁ ସିଆରପିରେ ରଖିଛି। ସିଆରପି ଚାଲନ୍ତୁ। ମ୍ୟାଡମ କହିଲେ ତୁ ଆଗେ ଖାଇଦେ ସେ କହିଲା ନାହିଁ ଆଗେ ସିଆରପି ଆସିଲା ପରେ ମୁଁ ଖାଇବି । ହେଲେ ମ୍ୟାଡମ କହିଲେ ତୁ ଆଗେ ଖାଇଦେ ତା ପରେ ଯିବା । ଏକୁଟିଆ ମ୍ୟାଡମ ଆସିବା ପାଇଁ ଭୟ କରୁଥିଲେ ସେଥିପାଇଁ ତାଙ୍କ ସହ ଆଉ ତିନି ଜଣ ଆସିଥିଲେ’ ।
ଆଗକୁ ସେ କହିଛନ୍ତି-‘ତା ପରେ ସେମାନେ ସିଆରପି ଗଲେ ହେଲେ ସେ କହିଲା କଟକରେ ଅଛି । ଏହା ପରେ ସେମାନେ ତାକୁ ଆଶ୍ରମ ନେଇ ଆସିଲେ ଓ ବହୁତ ବାଡେଇଲେ’। କାରଣ ସେମାନଙ୍କୁ ସନ୍ଦେହ ହେଲା ମାନସ ସେମାନଙ୍କୁ ଭୁଆଁ ବୁଲାଉଛି। ଆଉ ଘରକୁ ଆଣି ମାଡ଼ ମାରିଲେ। ତେବେ କର୍ମଚାରୀ ଜଣକ ଆହୁରି ଅନେକ ସତ କଥା ରାଜ୍ୟର ଏକ ଗଣମାଧ୍ୟମକୁ କହିଛନ୍ତି। ଦେଖନ୍ତୁ ଭିଡ଼ିଓ ମାଧ୍ୟମରେ ଆଉ ସବୁ କଣ କହୁଛନ୍ତି ବୃଦ୍ଧାଶ୍ରମ କର୍ମଚାରୀ।
ମାନସ ହତ୍ୟା ମାମଲା : ଗଣମାଧ୍ୟମକୁ ସବୁ ସତ ବଖାଣିଲେ ବୃଦ୍ଧାଶ୍ରମ କର୍ମଚାରୀ , କହିଲେ କେମିତି ମାନସଙ୍କୁ କରାଗଲା ହତ୍ୟା , ଦେଖନ୍ତୁ LIVE VIDEO