କ୍ୟାମେରାମ୍ୟାନ ମାନସଙ୍କ ହତ୍ୟା ପଛରେ ରହିଛି ରାଜ୍ୟର ଦୁଇଜଣ ମନ୍ତ୍ରୀଙ୍କ ହାତ, ମାନସଙ୍କ ପତ୍ନୀ କଲେ ଖୁଲାସା…

ସଂସ୍କାର: ଭିଡ଼ିଓ ସମ୍ବାଦିକ ତଥା ନୟାଗଡ଼ର କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡରେ ଏକ ନୂଆ ଅପଡେଟ୍ ଗଣମାଧ୍ୟମ ସାମ୍ନାକୁ ଆସିଛି। ଗଣମାଧ୍ୟମକୁ ମାନସଙ୍କ ପତ୍ନୀ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ମାନସଙ୍କ ହତ୍ୟା ପଛରେ ରାଜ୍ୟର ଦୁଇଜଣ ମନ୍ତ୍ରୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି। ଏହି ଦୁଇମନ୍ତ୍ରୀଙ୍କ ନାମ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା ମାନସଙ୍କ ପତ୍ନୀ କହିଛନ୍ତି। ଏଥିସହ ଏହି ଘଟଣା ପଛରେ ଆହୁରି ଅନେକ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କର ଲିଙ୍କ ରହିଛି। ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ନେତାମାନେ ବୃଦ୍ଧାଶ୍ରମରେ କଳାକାରନାମା କରୁଥିଲେ ବୋଲି ମାନସଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

ମାନସଙ୍କ ପତ୍ନୀଙ୍କ ସହିତ ତାଙ୍କର ପରିବାରବର୍ଗ ମଧ୍ୟ ସମାନ ଧରଣର ଅଭିଯୋଗ ଆଣିଛନ୍ତି । ଉଭୟେ ଦିବ୍ୟଶଙ୍କର ଓ ପ୍ରତାପ ରାଜ୍ୟର ଦୁଇଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇଥିବାରୁ ମାନସଙ୍କ ପରିବାରବର୍ଗଙ୍କ ପକ୍ଷରୁ ଅଣାଯାଇଥିବା ଏହି ଅଭିଯୋଗ ବହୁ ଗୁରୁତ୍ୱ ବହନ କରୁଛି ।

ମାନସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର ରହିଛନ୍ତି। ଗତ ୨୨ ତାରିଖ ଦିନ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଅନ୍ୟପଟେ ଗତ ୨୧ ତାରିଖ ଦିନ ଦୁଇ ଅଭିଯୁକ୍ତ ଓଆଇଏସ ଅଫିସର ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ପୋଲିସ ଗିରଫ କରିଥିଲା । ମାନସଙ୍କୁ ହତ୍ୟା କରିବା ସହ ନିର୍ଯାତନା ଦେବା ପଛରେ ଏହି ଦୁଇଙ୍କର ହାତ ରହିଥିଲା।

Leave a Reply

Your email address will not be published. Required fields are marked *