ହେବାକୁ ଥିବା ଏହି ପରୀକ୍ଷାଗୁଡ଼ିକ ସ୍ଥଗିତ ରହିବ ବୋଲି କହିଛନ୍ତି ସଚିବ ଅମିତ୍ ଖେର୍

ତାଜା ଖବର । ସୂଚନା ଅନୁଯାୟୀ ହେବାକୁ ଥିବା ସମସ୍ତ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ବୈଷୟିକ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

ବୁଧବାର ଦିନ ଶିକ୍ଷା ମନ୍ତ୍ରଣାଳୟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସି.ବି.ଏସ୍.ଇ.) ଏବଂ ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ କରୋନାଭାଇରସ ସଂକ୍ରମଣକୁ ଆଖି ଆଗରେ ରଖି ପରୀକ୍ଷାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଛି କେନ୍ଦ୍ର ।

HRD ସଚିବ ଅମିତ୍ ଖେର୍ ଏକ ସରକାରୀ ଯୋଗାଯୋଗରେ କହିଛନ୍ତି ଯେ, ଏକାଡେମିକ୍ କ୍ୟାଲେଣ୍ଡର୍ ଏବଂ ପରୀକ୍ଷା କାର୍ଯ୍ୟସୂଚୀ ରକ୍ଷଣାବେକ୍ଷଣ ଗୁରୁତ୍ୱପୂର୍ଣ୍ଣ । ଏହାଛଡ଼ା  ବିଭିନ୍ନ ପରୀକ୍ଷାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ନିରାପତ୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସି.ବି.ଏସ୍.ଇ. (ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍) ବୋର୍ଡ ପରୀକ୍ଷା ସମେତ ଚାଲିଥିବା ସମସ୍ତ ପରୀକ୍ଷା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ଏବଂ ପରେ ପୁନଃ ସ୍ଥିର କରାଯିବ । CBSE, UGC, AICTE, NIOS ଏବଂ JEE Main ଦ୍ୱାରା ଆୟୋଜିତ ପରୀକ୍ଷା ପାଇଁ ଏହି ଆଦେଶନାମା ପ୍ରଯୁଜ୍ୟ ।

Leave a Reply

Your email address will not be published. Required fields are marked *