ସଂସ୍କାର : ଶାସ୍ତ୍ର ଅନୁଯାୟୀ ତଥା ଆମେ ଜାଣିଛୁ ଯେ, ସୋମବାର ଦିନ ଟି ହେଉଛି ଦେବ ଦେବ ମହାଦେବଙ୍କ ଦିନ। ମହାଦେବଙ୍କୁ ପ୍ରସନ୍ନ କଲେ ଅନେକ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଯଦି ଆପଣ ଦାନଧର୍ମ କରିବାକୁ ଆଗ୍ରହୀ ତାହାହେଲେ ସୋମବାର ଦାନଧର୍ମ କଲେ ଅନେକ ଭଲ ଫଳ ମିଳିବ। ଏହାର ମହତ୍ୱ ମଧ୍ୟ ରହିଛି। ତେବେ ସୋମବାରରେ କ’ଣ ଦାନ କରିବା ଉଚିତ, ଆସନ୍ତୁ ଜାଣିବା…
୧) ଲୁଣର ଦାନ: ସୋମବାର ଦିନ ଲୁଣର ଦାନ କରିଲେ ଜୀବନରେ ର୍ଦୁଭାଗ୍ୟ ଗରିବୀ ଏବଂ ସମସ୍ୟା ଆସିନଥାଏ। ଲୁଣ ଦାନ କରିଲେ ସମସ୍ତ ର୍ଦୁଭାଗ୍ୟ ଦୂର ହୋଇଥାଏ ।
୨) ଗୁଡ଼ର ଦାନ: ଏହା ଦାନ କରିଲେ ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କ୍ଲେଶ ଦୂର ହୋଇଥାଏ । ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ଼ର ଦାନ ଅବଶ୍ୟ କରନ୍ତୁ । ମା’ ଲକ୍ଷ୍ମୀଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ ।
୩) ରାଶି ଦାନ: ରାଶି ଦାନ କଲେ ବ୍ୟକ୍ତିର ଆତ୍ମବିଶ୍ୱାସ ବିଚଳିତହେଉଥିଲେ ତାହା ଠିକ ହୋଇଯିବ। ବେଳେବେଳେ ବ୍ୟକ୍ତି ବହୁତ ଜ୍ଞାନୀ ହେବା ପରେ ମଧ୍ୟ ତାର ଆତ୍ମବିଶ୍ବାସ ତାର ସାଥ ଦେଇନଥାଏ ଆଉ ଅନ୍ୟପଟେ ମଧ୍ୟ ପିଲାମାନେ ଭଲ ପାଠ ପଢିବା ସତେ ମଧ୍ୟ ଯେବେ ଇଣ୍ଟରଭ୍ୟୁରେ ଯାଇଥାନ୍ତି ତାଙ୍କର ଆତ୍ମବିଶ୍ବାସ ତାଙ୍କର ସାଥ ଦେଇନଥାଏ।
୪) ଅନ୍ନର ଦାନ: ଏହା ଦାନ କଲେ ମା’ ଲକ୍ଷ୍ମୀ କେବେ ବି ଆପଣଙ୍କ ଭଣ୍ଡାର ଖାଲି ରଖିନଥାନ୍ତି । ଧନ ସମ୍ପତି ଭରି ରହିବ। ସୋମବାର ଦିନ ଗାଈକୁ ରୋଟି ସହିତ ଗୁଡ଼ ଖୁଆଇଲେ ଅନେକ ହଜାର ଗୁଣା ପୁଣ୍ୟ ପ୍ରାପ୍ତ ହୋଇଥାଏ।