ଛାଡ଼ଖାଇ ର ଅର୍ଥ କଣ ଆମିଷ ଭକ୍ଷଣ କରିବା? ନା ରହିଛି ଏହାର ଅନ୍ୟ କିଛି ପ୍ରକୃତ ଅର୍ଥ! ଆସନ୍ତୁ ଜାଣିବା…

ଛାଡ଼ଖାଇ, ଓଡ଼ିଶାରେପାଳିତ ଏକ ସାମାଜିକ ଚଳଣି । ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ । କାର୍ତ୍ତିକ ମାସକୁ ଓଡ଼ିଶାରେ ଏକ ପବିତ୍ର ମାସ ଭାବରେ ପାଳନ କରାଯାଏ । ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଲ ପରେ ଖାଇବା ।

ବହୁ ଲୋକ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । କିଛି ଲୋକ କେବଳ ମାସର ଶେଷ ପାଞ୍ଚଦିନ, ପଞ୍ଚୁକରେ ଆମିଷ ଭକ୍ଷଣରୁ ନିବୃତ ରହନ୍ତି । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଉପରାନ୍ତେ, କାର୍ତ୍ତିକ ପୂର୍ଣ୍ଣିମା ର ପରଦିନ ଆମିଷ ଖାଦ୍ୟ ଖାଇଥାନ୍ତି।

ଛାଡ଼ଖାଇ ର ପ୍ରକୃତ ଅର୍ଥ :

ପ୍ରକୃତରେ ଛାଡ଼ଖାଇ ହବିସିଆଳି ମା ମାନଙ୍କ ପାଇଁ ହୋଇଥାଏ। ଯେଉଁମାନେ କାର୍ତ୍ତିକ ପୁରା ମାସ ପାଇଁ କେତେକ ପନିପରିବା କୁ ଖାଇ ନଥାନ୍ତି। ଯେପରିକି ଆଳୁ, ବାଇଗଣ, ଟମାଟୋ, କନ୍ଧମୂଳ, କୋବି, ପୋଟଳ, ହରଡ ଡାଲି, ଉଷୁନା ଚାଉଳ ଇତ୍ୟାଦି କୁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଗ୍ରହଣ କରିଥାନ୍ତି।

ଯଦି ଆପଣ ପ୍ରକୃତ ଛାଡ଼ଖାଇ ଦେଖିବାକୁ ଚାହାନ୍ତି ତେବେ ପୁରୀ ଯାଇ ଦେଖିପାରିବେ। ସେଠାରେ ବ୍ରତଧରି ମା ମନେ ପ୍ରକୃତ ଛଡ଼ାଇବା ପାଳନ କରିଥାନ୍ତି।