୧୦ ଦିନିଆ ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବୁଲିବେ ଏହି ସବୁ ଦେଶ

ସଂସ୍କାର : ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ବାହାରିଛନ୍ତି। ଶନିବାର ନବୀନ ନିବାସରୁ ବାହାରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ନବୀନ। ସେଠାରୁ ୨୦ ତାରିଖ ୪ଟା ୧୫ ମିନିଟରେ ଇଟାଲୀର ରୋମ୍ ଅଭିମୁଖେ ଗସ୍ତ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଇଟାଲୀର ଭାଟିକାନ ସିଟିଠାରେ କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କୋଙ୍କୁ ସାକ୍ଷାତ କରିବେ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଇଟାଲୀ ଗସ୍ତ ପାଇଁ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଗୁଆ ରୋମ୍ ଯାଇ ସେଠାରେ ପ୍ରସ୍ତୁତି ତଦାରଖ କରିଥିବା ଜଣାପଡ଼ିଛି। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୩ଦିନ ପାଇଁ ଓଡ଼ିଶାରେ ଅନୁପସ୍ଥିତ ରହୁଥିଲେ ମଧ୍ୟ ତାଙ୍କ ଗସ୍ତ ସରକାରୀ ହୋଇଥିବାରୁ କାହାରିକୁ ଅସ୍ଥାୟୀ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇନଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ସୂଚନା ମିଳିଛି।

ଇଟାଲି ଗସ୍ତ ସମୟରେ ଭାଟିକାନରେ ପୋପଙ୍କୁ ଭେଟିବେ ନବୀନ । ଏହାବାଦ୍ ରୋମରେ ଓ଼୍ବାର୍ଲଡ ଫୁଡ୍ ପ୍ରୋଗ୍ରାମ୍ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବେସ୍ଲେଙ୍କୁ ଭେଟି ଖାଦ୍ୟ ଅଭାବରୁ ଖାଦ୍ୟ ବଳକା ରାଜ୍ୟ ସଂପର୍କରେ କହିବେ ମୁଖ୍ୟମନ୍ତ୍ରୀ। ସେହିପରି ୟୁରୋପର ବିଭିନ୍ନ ଅଞ୍ଚଳରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଭେଟି ଓଡିଶାର ବର୍ତ୍ତମାନ ସ୍ଥିତି ବିଷୟରେ ଜଣାଇବା ସହ ଓଡିଶାର ବିକାଶରେ ସହଭାଗିତା ଲୋଡିବେ। ଦୁବାଇରେ ବିଜନେସ୍ ମିଟ୍ କାର୍ୟ୍ୟକ୍ରମ ସତ୍ତ୍ବେ ମନ୍ତ୍ରୀମାନେ ବାଦ୍ ପଡିଥିବା ବେଳେ ସାଙ୍ଗରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଶିଳ୍ପ ଓ ଯୋଗାଣ ସଚିବ।

ମୁଖ୍ୟମନ୍ତ୍ରୀ ଇଟାଲୀରେ ୨୦ରୁ ୨୬ତାରିଖ ପର୍ଯ୍ୟନ୍ତ ରହିବେ। ତେବେ ପୋପ୍ ଫ୍ରାନ୍ସିସ୍କୋଙ୍କୁ ମୁଖ୍ୟମନ୍ତ୍ରୀ କେଉଁ ଦିନ ସାକ୍ଷାତ କରିବେ ତାହା ଜଣାପଡ଼ିନି। ନବୀନ ପଟ୍ଟନାୟକ ନିଜର ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ମଧ୍ୟରେ ଦ୍ବିତୀୟ ଥର ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି। ପୂର୍ବରୁ ସେ ୨୦୧୨ ମେ’ ୨୪ ତାରିଖରେ ଲଣ୍ଡନ ଗସ୍ତରେ ଯାଇଥିଲେ । ସେହି ସମୟରେ ନବୀନଙ୍କ ଅନୁପସ୍ଥିତିରେ ବିଜେଡିରେ ଦେଖା ଦେଇଥିବା ରାଜନୈତିକ ହଟଚମଟ ପାଇଁ ଗସ୍ତ ଅଧାରୁ ମୁଖ୍ୟମନ୍ତ୍ରୀଙ୍କୁ ଫେରି ଆସିଥିଲେ।

Leave a Reply

Your email address will not be published. Required fields are marked *