ସାମ୍ବାଦିକ ପରେ କରୋନା ଯୋଦ୍ଧା ପୋଲିସ କର୍ମୀଙ୍କ ପାଇଁ ନବୀନ ସରକାରଙ୍କ ବଡ଼ ଘୋଷଣା, ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ଵର : ସାମ୍ବାଦିକ ପରେ ପରେ କରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଗୋଟେ ବଡ଼ ଘୋଷଣା । କୋଭିଡ଼-୧୯ ସହିତ ଲଢୁଥିବା ରାଜ୍ୟ ପୋଲିସ କର୍ମଚାରୀଙ୍କ ଲଢୁଆପଣଙ୍କୁ ସମ୍ମାନ ଦେଇ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଯଦି ଏହି ସମୟରେ ସେମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରବର୍ଗଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା ।

ଏ ବାବଦରେ ପୋଲିସ ଡି.ଜି.ପି. ଅଭୟ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି । ଅନ୍ୟମାନଙ୍କ ଭଳି ରାଜ୍ୟର ପୋଲିସ କର୍ମଚାରୀମାନେ ବି କୋଭିଡ ସହିତ ଲଢେଇ କରିବାରେ ଆଗ ଧାଡ଼ିରେ ରହୁଛନ୍ତି ବୋଲି ହୃଦୟଜ୍ଞମ କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କୃତଜ୍ଞତା ଜଣେଇଛନ୍ତି ସେ ।

Leave a Reply

Your email address will not be published. Required fields are marked *