ଯୁବବର୍ଗଙ୍କ ପାଇଁ ଏକ ବଡ଼ ଖୁସି ଖବର : ଟିକଟକ ଫେରୁଛି !

ଚାଇନିଜ ଆପ୍ ଟିକଟକ ପୁଣି ଥରେ ଫେରିପାରେ ଭାରତ । ରିଲାୟନ୍ସ ଇଣ୍ଡଷ୍ଟ୍ରି ଟିକଟକକୁ କିଣିପାରେ । ସୂଚନା ଅନୁଯାୟୀ ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟଡାନ୍ସ ଏବଂ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାୟନ୍ସ ଇଣ୍ଡଷ୍ଟ୍ରିସ୍ ଲିମିଟେଡ଼ ମଧ୍ୟରେ ଏନେଇ ଆଲୋଚନା ଚାଲିଛି ।

ଯଦିଓ କୌଣସି ନିଶ୍ଚିନ୍ତ ଘୋଷଣା କରାଯାଇ ନାହିଁ ରିଲାୟନ୍ସ କିମ୍ବା ଟିକଟକ ତରଫରୁ । ଅନ୍ୟପକ୍ଷରେ ଗତ ଜୁଲାଇ ମାସରେ ହିଁ ଭାରତ ସରକାର ଟିକଟକ ସମେତ ୫୯ଟି ଚାଇନିଜ ଆପକୁ ବ୍ୟାନ୍ କରି କରିଥିଲେ । ଏହି ଆପ୍ ଟିକଟକ ବ୍ୟାନ୍ ହେବା ସମୟରେ ଟିକଟକର ୩୦ ପ୍ରତିଶତ ୟୁଜର୍ସ କେବଳ ଭାରତର ଥିଲେ ।

ଭାରତର ଯୁବବର୍ଗ ଏତେ ଅଭ୍ୟସ୍ତ ହେଇଯାଇଥିଲେ ଟିକଟକ ଆପ୍ ପ୍ରତି ଯେ ଆପ୍ ବ୍ୟାନ୍ ହେଲାପରେ କେତେ ଜଣ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ବି ଗ୍ରହଣ କଲେ । ତେବେ ଟିକଟକ ଆୟର ୧୦ ପ୍ରତିଶତ କେବଳ ଦେଶ ଭାରତରୁ ହିଁ ହେଉଥିଲା । ରିପୋର୍ଟ ଅନୁସାରେ ୨୦୨୦ ଅପ୍ରେଲ ମାସ ଭିତରେ ଗୁଗଲ ପ୍ଲେ ଷ୍ଟୋରରୁ ପ୍ରାୟ ୬୧ କୋଟି ଭାରତୀୟ ଏହି ଆପ୍ ଡାଉନଲୋଡ କରିଥିଲେ ।

Leave a Reply

Your email address will not be published. Required fields are marked *