ସଂସ୍କାର : ଚୀନର ମହାକାଶଚାରୀମାନେ ମହାକାଶ ଷ୍ଟେସନରେ ସଫଳତାପୂର୍ବକ ଧାନ ଗଛ ବଢାଇଛନ୍ତି । ଦୀର୍ଘକାଳୀନ ମହାକାଶ ଯାତ୍ରାରେ ମହାକାଶଚାରୀମାନେ କିଭଳି ଖାଦ୍ୟ ଚାଷ କରିପାରିବେ, ସେ କ୍ଷେତ୍ରରେ ଏହି ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିପାରେ ବୋଲି କହିଛନ୍ତି । କିନ୍ତୁ ଟିଆନଗଙ୍ଗ ମହାକାଶ ଏ ପ୍ରକାର ପ୍ରୟାସ ପ୍ରଥମ ।

ଧାନଚାଷର ପ୍ରଥମ ପର୍ଯ୍ୟାୟ ହୋଇସାରିଛି । ଧାନ ରୋପଣ ଠାରୁ ଆରମ୍ଭ କରି , ଗଛ ଉଠିବା, ନୂଆ ବିହନ ସୃଷ୍ଟି ହେବା ପରେ ଚକ୍ର ଶେଷ ହୋଇଥାଏ । ଗତ ଜୁଲାଇ ୨୪ ତାରିଖରେ ଚୀନ ନିଜର ମହାକାଶ ଷ୍ଟେସନର ତିଆନହି କୋର ମଡ୍ୟୁଲ ଜରିଆରେ ପୃଥିବୀ କକ୍ଷରେ ୱେଂଟିଅନ ସ୍ପେସ୍ ଲାବୋରାଟୋରୀ ଲଂଚ କରିଥିଲା। ଏହି ମହାକାଶ ଲ୍ୟାବ ଦେଶର ସର୍ବବୃହତ ଭାରୀ ମହାକାଶଯାନ । ଏହାର ଉଚ୍ଚତା ୧୭.୯ ମିଟର, ଓଜନ ୨୩ ମେଟ୍ରିକ ଟନ ।
ମଲିକ୍ୟୁଲାର ଗବେଷକ ଝେଙ୍ଗ ହୁଇକିଓଙ୍ଗ କହିଛନ୍ତି, ଗତ ଜୁଲାଇ ମାସରୁ ମହାକାଶ ଷ୍ଟେସନରେ ଧାନ ପରୀକ୍ଷଣ ଆରମ୍ଭ ହୋଇଛି । ଟଲ ଶୁଟ୍ କିସମର ଧାନ ଗଛ ବଢାଯାଇଛି ଯାହାର ଉଚ୍ଚତା ପ୍ରାୟ ୩୦ସେ.ମି । ତାଙ୍କ କହିବା ଅନୁଯାୟୀ ଚାରାଗୁଡିକ ବେଶ ଭଲଭାବେ ବଢୁଛନ୍ତି । ଧାନ ଗଛ ସମେତ ସୋରିଷର ଏକ ନୂତନ କିସମର ଫୁଲ ଗଛ ଗବେଷକମାନେ ଏଠାରେ ଫଳାଇଛନ୍ତି ।

୧୯୮୦ ମସିହାରୁ ଚୀନ ଧାନ ଓ ଅନ୍ୟ ମଂଜି ମହାକାଶକୁ ପଠାଉଛି । କିନ୍ତୁ ମହାକାଶ ଗମ୍ଭୀର ପରିସ୍ଥିତି, ସୂର୍ଯ୍ୟମାଧ୍ୟାକର୍ଷଣ , ବାୟୁ ଅଭାବ ଓ ଉଚ୍ଚ ଶକ୍ତି ସଂପନ୍ନ ରଶ୍ମି ଯୋଗୁ କକ୍ଷରେ ଧାନ ଉତ୍ପନ୍ନ କରିବା ଜଟିଳ ପ୍ରକ୍ରିୟା । ତେଣୁ ମହାକାଶରେ ଦୀର୍ଘକାଳୀନ ଅନ୍ୱେଷଣ ଲାଗି ଏକ ସ୍ଥାୟୀ ଖାଦ୍ୟ ସ୍ରୋତ ଖୋଜିବାକୁ ପଡିବ ବୋଲି ଝେଙ୍ଗ କହିଛନ୍ତି ।