୬.୬ କୋଟି ବର୍ଷ ପୂର୍ବେ ଅସରପାମାନେ ନିଜକୁ କିପରି ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ଜାଣନ୍ତୁ

ସଂସ୍କାର : ଅନେକ ଲୋକ ଡାଇନୋସର ବିଷୟରେ ଜାଣିବାକୁ ଆଗ୍ରହୀ। କିନ୍ତୁ ଜଗତର ବିନାଶ ସହିତ ଏହି ଜୀବମାନେ ଏପରି ଭାବରେ ବିଲୁପ୍ତ ହୋଇଗଲେ ଯେ ସେମାନେ ପୁନର୍ବାର ଜନ୍ମ ନେଇ ପାରିଲେ ନାହିଁ। ଏହିପରି ପ୍ରଶ୍ନ ସହିତ, ଏକ ପ୍ରଶ୍ନ ମଧ୍ୟ ଅଛି ଯେ ଯେତେବେଳେ ଡାଇନୋସରମାନେ ସଂପୂର୍ଣ୍ଣ ବିଲୁପ୍ତ ହୋଇଗଲେ, ସେତେବେଳେ ଅସରପାମାନେ କିପରି ବଞ୍ଚିଲେ?

ସୂଚନାଯୋଗ୍ୟ ଯେ, ୬.୬ କୋଟି ବର୍ଷ ପୂର୍ବେ ମେକ୍ସିକୋରେ ଏକ ଆଷ୍ଟ୍ରୋଏଡ ଧକ୍କା ହୋଇଥିଲା, ଯାହା ପରେ ଚିକ୍ସୁଲବ କ୍ରାଟର ସୃଷ୍ଟି ହୋଇଥିଲା ଏବଂ ଏହା ଜୀବଜଗତର ତିନି ଚତୁର୍ଥାଂଶକୁ ସମାପ୍ତ କରିଥିଲା। ଏହି ବିନାଶରେ ଡାଇନୋସରମାନେ ବି ନଷ୍ଟ ହେଲେ। କେବଳ କେତେକ ପକ୍ଷୀମାନେ ହିଁ ବଂଚିଗଲେ

। ଯାହାର ବଂଶଧରମାନେ ଆଜି ଆମ ମଧ୍ୟରେ ଅଛନ୍ତି। ଏମାନଙ୍କ ବ୍ୟତୀତ କେବଳ ଅଳ୍ପ କିଛି ପ୍ରଜାତି ବଞ୍ଚି ଯାଇଥିଲେ। ସେଥିମଧ୍ୟରୁ ଗୋଟିଏ ଅସରପା ଥିଲା । ତେବେ ଆଜି ମଧ୍ୟ ଏହି ଆଲୋଚନା ହେଉଛି ଯେ ଏହି ପ୍ରଜାତିଗୁଡିକ କିପରି ନିଜକୁ ସେହି ବିନାଶରୁ ରକ୍ଷା କରିଥିଲେ । ତେବେ ଅସରପା ମାନେ କିପରି ବଞ୍ଚିଲେ ତାଙ୍କଠାରୁ ଆମେ ମଣିଷମାନେ ଏକ ଶିକ୍ଷା ଗ୍ରହଣ କରିପାରିବା।

ଆଷ୍ଟେରଏଡର ଧକ୍କା ହେତୁ ବହୁ ଧ୍ୱଂସ ହୋଇଥିଲା। ଅନେକ ସ୍ଥାନରେ ଆଗ୍ନେୟଗିରିର ବିସ୍ଫୋରଣ ହେତୁ ପାଉଁଶ ଏବଂ ଧୂଆଁ ବାୟୁମଣ୍ଡଳକୁ ଆଚ୍ଛାଦନ କଲା । ଏହି ଧୂଆଁ ଏବଂ ପାଉଁଶ ଏତେ ଥିଲା ଯେ ସୂର୍ଯ୍ୟ କିରଣ ପୃଥିବୀରେ ପହଞ୍ଚିବା ସମ୍ଭବ ହୋଇନଥିଲା । ଏପରି ପରିସ୍ଥିତିରେ, ଧୀରେ ଧୀରେ ଉଦ୍ଭିଦଗୁଡ଼ିକ ମରିବା ଆରମ୍ଭ କଲେ । ଏହାର ଫଳାଫଳ ହେଲା ଉଦ୍ଭିଦମାନଙ୍କ ସହିତ, ଯେଉଁ ପଶୁମାନେ ସେମାନଙ୍କୁ ଖାଆନ୍ତି, ସେମାନେ ମଧ୍ୟ ମରିବା ଆରମ୍ଭ କଲେ । ସେହିଭଳି, ଧୀରେ ଧୀରେ ପୃଥିବୀ ଜୀବଜଗତର ତିନି ଚତୁର୍ଥାଂଶ ସମାପ୍ତ ହେଲା ।

ବଡ ପଶୁମାନେ ଏହି ମହାନ ବିନାଶରେ ବଞ୍ଚିପାରିଲେ ନାହିଁ, କିନ୍ତୁ ଅସରପା ମାନେ ବଞ୍ଚିଗଲେ । ଅସରପାର ଶରୀର ଅତ୍ୟନ୍ତ ସମତଳ ହୋଇଥିବାରୁ ସେମାନେ ଜୀବନ ରକ୍ଷା ପାଇଗଲେ। ଏହି କାରଣରୁ, ଏହି ଅସରପା ମାନେ ଏପରି ଏକ ସ୍ଥାନରେ ପହଞ୍ଚିଗଲେ ଯେଉଁଠାରେ ବାହ୍ୟ ପ୍ରଭାବ ପହଞ୍ଚିପାରିଲା ନାହିଁ।

ଯେତେବେଳେ ଏଷ୍ଟ୍ରୋଏଡ ଧକ୍କା ହୋଇଥିଲା, ହଠାତ୍ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଲା । ଅନେକ ପ୍ରାଣୀ ଲୁଚିବା ପାଇଁ ସ୍ଥାନ ମଧ୍ୟ ପାଇଲେ ନାହିଁ, କିନ୍ତୁ ଉତ୍ତାପରୁ ରକ୍ଷା ପାଇବା ପାଇଁ ଅସରପା ମାନେ ମାଟିର ଖାଲରେ ଲୁଚି ରହିଥିଲେ, ଯାହା ଉତ୍ତାପରୁ ରକ୍ଷା ପାଇବା ପାଇଁ ଏକ ଭଲ ସ୍ଥାନ। ଅନ୍ୟପକ୍ଷରେ ଉଦ୍ଭିଦ ଏବଂ ପଶୁମାନଙ୍କର ମୃତ୍ୟୁ ପରେ ସେମାନଙ୍କର ଅବଶିଷ୍ଟାଂଶ ଖାଇ ବଞ୍ଚିଗଲେ ଅସରପା , ଆଉ ବିନାଶର ବାତାବରଣରେ ସେ ନିଜକୁ ବଞ୍ଚାଇବାକୁ ମଧ୍ୟ ସକ୍ଷମ ହୋଇଥିଲେ ।

Leave a Reply

Your email address will not be published. Required fields are marked *