ସଂସ୍କାର : ଶୌଚ ହେବାକୁ ଯାଇଥିବା ଛାତ୍ରୀଙ୍କୁ ଗଣ ବଳାତ୍କାର। ଅଧ ରାସ୍ତାରୁ ଟେକିନେଇ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ୫ ଜଣ କଲେଜ ଛାତ୍ର। ତେବେ ପୀଡିତା ଛାତ୍ରୀ ଜଣକ ଦଳିତ ସମାଜର ବୋଲି ଜଣାପଡିଛି। ଏହି ଦଳିତ ଛାତ୍ରୀଙ୍କୁ ପାଞ୍ଚ ଜଣ ଯୁବକ ଗଣବଳାତ୍କାର କରିଛନ୍ତି । ହଜାରିବାଗର ଦାରୁରୁ ନଜର ଆସିଛି ଏଭଳି ଏକ ଜଘନ୍ୟ ଅଘଟଣା। ଗଣଦୁଷ୍କର୍ମ କାରଣରୁ ଯୁବତୀଙ୍କର ଅବସ୍ଥା ଗୁରୁତର ହୋଇଛି। ତେଣୁ ଯୁବତୀଙ୍କୁ ବର୍ତ୍ତମାନ ଶେଖ ଭିକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ସେପ୍ଟେମ୍ବର ୧୮ତାରିଖ ସକାଳେ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା। କିନ୍ତୁ ଝିଅ ଜଣକ ଅପରାଧୀଙ୍କ ଭୟରେ ଘରେ ଜଣାଇନଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଘର ଲୋକଙ୍କୁ ଜଣାଇଲେ ଯୁବତୀ।
ସୂଚନାଅନୁଯାୟୀ, ପୀଡିତା ଯୁବତୀ ଜଣକ ଅନ୍ୟ ୩ ଜଣ ଝିଅଙ୍କ ସହ ଶୌଚ ହେବାକୁ ଘରୁ ବାହାରକୁ ଆସିଥିଲେ । ଠିକ୍ ଏହି ସମୟରେ ତାଙ୍କୁ ୫ ଜଣ ଯୁବକ ବାଇକରେ ଫୋଲ କରୁଥିଲେ। ଆଉ ସୁବିଧା ପାଇ ତାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ । ତେବେ ଏତିକିରେ ସରିନଥିଲା ସେମାନଙ୍କ କ୍ରୁରତା । ଝିଅଟିକୁ ଧମକ ମଧ୍ୟ ଦେଇ ଅପରାଧୀ ମାନେ କହିଥିଲେ ଯେ, ପାଟି ଖୋଲିଲେ ଭିଡ଼ିଓ ଭାଇରାଲ୍ କରିଦେବୁ । ଭିଡ଼ିଓ ଭାଇରାଲ୍ ହେବା ଭୟରେ ଝିଅଟି ନୀରବ ରହିଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲକୁ ଆଣିବାରୁ ସବୁ ଘଟଣା ସ୍ପଷ୍ଟ ହୋଇଥିଲା ବୋଲି ପରିବାର ଲୋକେ କହିଛନ୍ତି ।
ତେବେ ନାବାଳିକାଙ୍କ ବିବୃତ୍ତିକୁ ଆଧାର କରି ପୋଲିସ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ସମସ୍ତ ଅଭିଯୁକ୍ତ ପୀଡିତାଙ୍କ ପଡୋଶୀ ଗାଁର ବାସିନ୍ଦା । ତେବେ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ୧୮ ସେପ୍ଟେମ୍ବର ସକାଳ ୪ଟା ସମୟରେ ଏହି ଅଘଟଣା ଘଟାଇଥିଲେ। ତେବେ ପୋଲିସ୍ ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆଉ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।