ଏହି ଦୁଇଟି ବିଶେଷ ଜିନିଷକୁ ମେହେନ୍ଦୀରେ ମିଶାଇ ଲଗାନ୍ତୁ ମୁଣ୍ଡରେ , ଦୀର୍ଘ ସମୟ ପର୍ଯ୍ୟନ୍ତ କେଶ ରହିବ କଳା

ସଂସ୍କାର : ଅନେକ ଲୋକ ନିଜର ଧଳା କେଶକୁ କୃତିମ ଭାବରେ କଳା କରିବା ପାଇଁ ହେନା ବା ମେହେନ୍ଦୀର ବ୍ୟବହାର କରନ୍ତି। କିନ୍ତୁ ଏହି ଲୋକମାନେ ଅଭିଯୋଗ କରନ୍ତି ଯେ ସମୟକ୍ରମେ ଏହି ମେହେନ୍ଦୀର ରଙ୍ଗ ସେମାନଙ୍କ କେଶରୁ ଶୀଘ୍ର ଝଡି ଯାଏ। ଆଉ ଧଳା କେଶ ପୁଣି ଥରେ ଦେଖାଯାଏ। କିନ୍ତୁ ଯଦି ଆପଣ ହେନାରେ ଏକ ବିଶେଷ ଜିନିଷ ମିଶାଇ ମୁଣ୍ଡରେ ଲଗାଇବେ, ତେବେ କେଶ ଟିକିଏ ଅଧିକ ସମୟ ପର୍ଯ୍ୟନ୍ତ କଳା ରହିବ ଏବଂ କେଶ ମଧ୍ୟ ଏକ ପ୍ରାକୃତିକ ଜୀବନ ପାଇବ।

ତେବେ କେଶକୁ ପ୍ରାକୃତିକ ଭାବରେ କଳା କରିବା ପାଇଁ ହେନାରେ କ’ଣ ମିଶାଇବା ଦରକାର ଚାଲନ୍ତୁ ଜାଣିବା।

୧) ମେହେନ୍ଦୀରେ ମିଶାନ୍ତୁ କଫି :

ଯଦି ଆପଣ କେଶରେ ହେନା ଲଗାଇ ହାଲକା କଳା ରଙ୍ଗ ଚାହୁଁଛନ୍ତି, ତେବେ ଆପଣ ହେନାରେ କଫି ପାଉଡର ମିଶାଇ ପାରିବେ। ଏଥିପାଇଁ ଏକ ପାତ୍ରରେ ଏକ କପ ପାଣି ଗ୍ୟାସ୍ କିମ୍ବା କୌଣସି ଏକ ଚୁଲାରେ ଫୁଟାନ୍ତୁ। ଫୁଟି ସାରିବାପରେ ଏକ ଚାମଚ କଫି ପାଉଡର ପକାନ୍ତୁ। ତାପରେ ଏକ ବଡ଼ ଚାମଚରେ ୪ ରୁ ୫ ଚାମଚ ହେନା ପାଉଡର ପକାନ୍ତୁ। ତାପରେ ୨ ରୁ ୩ ଚାମଚ କଫି ପାଉଡର ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇବା ପରେ ଏହାକୁ କେଶରେ ଲଗାନ୍ତୁ। କେଶରେ ଲଗାଇବା ପରେ ୨ ଘଣ୍ଟା ଛାଡି ଦିଅନ୍ତୁ ଏବଂ ପରେ ଏହାକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇଥର ଏହା କରନ୍ତୁ। ଏଠାରେ ମନେ ରଖିବା ଉଚିତ ଯେ, ନିଆଁରୁ ପାଣି କାଢି ଏହାକୁ ଥଣ୍ଡା କରିବା ପରେ ଏହି ସବୁ କାମ କରିବେ।

୨) ମେହେନ୍ଦୀରେ କଦଳୀ ମିଶାନ୍ତୁ :

ଯଦି ଆପଣ ହେନାରେ କଦଳୀ ପ୍ରୟୋଗ କରନ୍ତି, ତେବେ କେଶ ମୋଟା ହେବା ସହିତ ଗାଢ଼ କଳା ହୋଇଯିବ। ଏଥିପାଇଁ ୨ ଚାମଚ ହେନା ପାଉଡରକୁ କିଛି ପାଣିରେ ମିଶାଇ ରାତିସାରା ଛାଡି ଦିଅନ୍ତୁ। ସକାଳେ ଏକ ପାଚିଲା କଦଳୀ ନେଇ ଏହାକୁ ହେନା ସହିତ ମିଶାଇ ଏକ ହେୟାର ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହା ପରେ, ସାମାନ୍ୟ ସାମ୍ପୁରେ କେଶ ଧୋଇ ଦିଅନ୍ତୁ ଏବଂ ଏହି ହେୟାର ପ୍ୟାକ୍କୁ ୧୦ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ ଏବଂ ତା’ପରେ ସାଧାରଣ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ ଏହା କରନ୍ତୁ। ଏହି ଉପାୟରେ କେଶ କଳା କରିବା ଦ୍ୱାରା କେଶ ୨ ରୁ ୩ ମାସ କଳା ହୋଇ ରହିବ।

Leave a Reply

Your email address will not be published. Required fields are marked *