News 18 ଓଡ଼ିଆ ଟିଭି ଚ୍ୟାନେଲର ରିପୋର୍ଟର ପ୍ରବୀରଙ୍କ ବିୟୋଗ ନେଇ ଚାରିଆଡ଼େ ଶୋକର ଛାୟା : କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍ କରି କହିଲେ …

କରୋନା ସହିତ ଲଢୁ ଲଢୁ ହାରି ଯାଇଛନ୍ତି ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । କିଛି ଦିନ ହେଲା ସେ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । News 18 ଓଡ଼ିଆ ଟିଭି ଚ୍ୟାନେଲରେ ସେ କ୍ରାଇମ ରିପୋର୍ଟ ଭାବେ କାର୍ଯ୍ୟରତ ଥିଲେ । ତେବେ ତାଙ୍କର ଏହି ଅକାଳ ବିୟୋଗରେ ଚାରି ଆଡ଼େ ଖେଳି ଯାଇଛି ଶୋକର ଛାୟା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ଡିଜିପି ଅଭୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରବୀରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଅନ୍ୟ ଗଣମାଧ୍ୟମଗୁଡ଼ିକରେ କାର୍ଯ୍ୟ କରୁଥିବା ସାମ୍ୱାଦିକ ସମୂହ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *