ସମ୍ଭୋଗ ସମୟରେ ପାର୍ଟନରଙ୍କ ବିନା ଅନୁମତିରେ କଣ୍ଡୋମ ବାହାର କଲେ ହେବ ଜେଲ୍, ଲାଗୁ ହେଲା ଆଇନ

ସଂସ୍କାର : କାହାର ବ୍ୟକ୍ତିଗତ ଜୀବନରେ ଆମେ କେବେବି ହସ୍ତକ୍ଷେପ କରିପାରିବା ନାହିଁ। କାରଣ ସମସ୍ତଙ୍କର ଜୀବନଜୀବିକା ପ୍ରଣାଳୀ ଅଲଗା ଥାଏ। କିନ୍ତୁ ଆମେରିକାର କାଲିଫର୍ଣ୍ଣିଆରେ କପଲଙ୍କ ବ୍ୟକ୍ତିଗତ ଜୀବନରେ କୋର୍ଟଙ୍କ ହସ୍ତକ୍ଷେପ ରହିବ। କାଲିଫର୍ଣ୍ଣିଆ ସରକାରଙ୍କ ନୂଆ ନିୟମ ଅନୁଯାୟୀ , ଏକ ରୋମାଣ୍ଟିକ୍‌ ରିଲେସନ୍‌ସିପ୍‌ରେ ପାର୍ଟନରଙ୍କ ଅନୁମତିରେ କଣ୍ଡୋମ୍‌ ବ୍ୟବହାର କରାଯିବା ଆବଶ୍ୟକ। ଏଠାରେ ଯଦି ଆପଣ ସମ୍ଭୋଗ ସମୟରେ ପାର୍ଟନରଙ୍କ ବିନା ଅନୁମତିରେ କଣ୍ଡୋମ ବାହାର କଲେ ତେବେ ଆପଣ କରିଥିବା କାର୍ଯ୍ୟ ବେଆଇନ୍‌ ବୋଲି ଧରାଯିବ ଓ ଆଇନ ଅନୁସାରେ ଦୋଷୀକୁ ଦଣ୍ଡ ଦିଆଯିବ।

ତେବେ ଦୁନିଆରେ ପ୍ରଥମ ଥର ପାଇଁ କୌଣସି ସ୍ଥାନରେ ଏଭଳି ନିୟମ ଲାଗୁ ହୋଇଛି। ଗତ କିଛି ଦିନ ହେବ ଏହି ନିୟମ ଲାଗୁ କରିବାକୁ ନେଇ କାଲିଫର୍ଣ୍ଣିଆର ରାଜନୀତି ଜୋର ଧରିଥିଲା। ଏବେ ଏଥିରେ ମୋହର ବାଜିଛି। ଏହି ନିୟମ ମୁତାବକ, କପଲ ଅନ୍ତରଙ୍ଗ ମୁହୂର୍ତ୍ତରେ ଯଦି ପାର୍ଟନରଙ୍କ ଅନୁମତି ବିନା କଣ୍ଡୋମ୍‌ ହଟାଉଛନ୍ତି ତେବେ ତାଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖୁବ୍‌ ଶୀଘ୍ର ଏନେଇ ଡ୍ରାଫ୍ଟ ପାସ୍‌ ହେବାକୁ ଯାଉଛି। ନିୟମ ଅନୁସାରେ, ଏଭଳି ମାମଲାରେ ପୀଡ଼ିତା କେସ୍‌ କଲେ ଅଭିଯୁକ୍ତଙ୍କ ବିରୋଧରେ ଉଭୟ ଇମୋସନାଲ ଓ ଫିଜିକାଲ ହାର୍ମକୁ ନେଇ ମାମଲା ରୁଜୁ ହେବ।

ଏହି କାନୁନ ବିଷୟରେ ବିଶେଷଜ୍ଞମାନେ କହିଛନ୍ତି ଯେ , ପାର୍ଟନରଙ୍କ ଅଜାଣତରେ କଣ୍ଡୋମ୍‌ ଖୋଲିବାର ଅନେକ ସମସ୍ୟା ରହିଛି। ଏହା ଦ୍ୱାରା ସେକ୍ସୁଆଲ ରୋଗ, ଯୁବତୀ କିମ୍ବା ମହିଳା ଜଣକ ଗର୍ଭବତୀ ହେବା ସମ୍ଭାବନା ଆଦି ରହିଛି। ଯାହା ମହିଳା ପାର୍ଟନରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଏଣୁ ଏଭଳି ସମସ୍ୟାକୁ ଏଡ଼ାଇବାକୁ ଏହି ନିୟମ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *