ସଂସ୍କାର : ପୁରସ୍କାରର ଉତ୍ସାହ ଓ ପ୍ରତାରଣାର ପ୍ରତିବାଦ ସତରେ କେତେ ଫରକ । କିଏ ସାଧନା ପାଇଁ ପୁରସ୍କାର ସାଉଁଟୁଛି ତ କିଏ ସାଧନାର ପାରିଶ୍ରମିକ ପାଇଁ ସଂଘର୍ଷ କରୁଛି । ଦୁଇଟି ଚିତ୍ର ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପାଇବା ଖୁସି ତ ଆଉ ଗୋଟେ ଠିକାକର୍ମଚାରୀଙ୍କ ପ୍ରତିବାଦ ।

ଆଖିକୁ ଦେଖିବାକୁ ଉଭୟ ଚିତ୍ର ସମାନ ଲାଗିପାରେ । କାରଣ ଉଭୟ ଘଟଣାରେ ପ୍ରବଳ ଭିଡ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଗାଡିରେ ହଜାର ହଜାର ଲୋକମାନଙ୍କୁ ଭୁବନେଶ୍ୱର ଅଣାଯାଇଥିଲା ବିଜେଡିର ଶକ୍ତି ପ୍ରଦର୍ଶନ ଦେଖାଇବା ପାଇଁ । କିନ୍ତୁ ଠିକାକର୍ମଚାରୀ ମାନେ ସ୍ୱତଃପ୍ରବୃତ ଭାବରେ ଆସିଛନ୍ତି ନିଜର ହକ ପାଇବା ପାଇଁ । ପୁରସ୍କାରର ଉତ୍ସାହ ଓ ପ୍ରତାରଣାର ପ୍ରତିବାଦ ଭିତରେ ସତରେ କେତେ ଫରକ ନା’?

ପ୍ରତି କଥାରେ ମୁଖ୍ୟମନ୍ତ୍ରୀମାନେ ଜନତାଙ୍କୁ ପଚାରୁଛନ୍ତି ଆପଣମାନେ ଖୁସି ତ? ହେଲେ ସତରେ ଜନତା କେତେ ଖୁସି ଆପଣମାନେ ଏହି ଠିକା କର୍ମଚାରୀଙ୍କ ପ୍ରତିବାଦରୁ ସ୍ପଷ୍ଟ ଦେଖି ପାରୁଥିବେ। ଖରା, ବର୍ଷାକୁ ଖାତିର ନକରି ନିଜର ହକ ପାଇବା ପାଇଁ ଭୁବନେଶ୍ୱରର ରାଜରାସ୍ତାରେ ବସିଛନ୍ତି ହଜାର ହଜାର ଶିକ୍ଷକ।

ସମାନ କାମ ପାଇଁ ସମାନ ଦରମା ନାରାରେ ହୋଇଥିଲା ଏହି ଆନ୍ଦୋଳନ।ତେବେ ଯେ କଷ୍ଟ ସହିଛି ସେ ଜାଣିଛି କଷ୍ଟ କଣ। ହେଲେ କାହିଁକି ଠିକା କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି ସରକାର ? ଯାହା ପାଇଁ କର୍ମଚାରୀଙ୍କ ମାନେ ଏତେ ହଇରାଣ ହରକତ ହେଉଛନ୍ତି ….