“ହର ହର ଶମ୍ଭୁ” ଗୀତର ଶ୍ରେୟ ନେବାକୁ ଚାଲିଛି ପୁରା ଷଡଯନ୍ତ୍ର, ଦେଖନ୍ତୁ VIDEO

ସଂସ୍କାର : ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି। ମହାଦେବ ଶିବଙ୍କ ଏହି ମାସ ହୋଇଥିବାରୁ ଇଣ୍ଟରନେଟରେ ମହାଦେବ ଭଜନ ଟ୍ରେଣ୍ଡରେ ରହିଛି। ତେବେ ବର୍ତ୍ତମାନ ଏକ ଗୀତ ଚଳିତ ମାସରେ ଭାଇରାଲ୍ ହୋଇଛି। ଯାହାର ଶୀର୍ଷକ ରହିଛି “ହର ହର ଶମ୍ଭୁ”। କିନ୍ତୁ ବର୍ତ୍ତମାନ ଏହି ଗୀତକୁ ନେଇ ଷଡଯନ୍ତ୍ର ଆରମ୍ଭ ହୋଇଛି।

“ହର ହର ଶମ୍ଭୁ” ଗୀତ ଗାଇ ଓଡ଼ିଆ ଝିଅ ଅଭିଲିପ୍ସା ପଣ୍ଡା ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛନ୍ତି। ଏହି ଗୀତକୁ ସମଗ୍ର ଦେଶ ପସନ୍ଦ କରୁଛି। ପ୍ରତ୍ୟେକ ମହଦେବଙ୍କ ଭକ୍ତ ନିଜ ମୁହଁରେ ବର୍ତ୍ତମାନ ଏହି ଗୀତ ଗାଉଥିବାର ଦେଖିବାକୁ ମିଳୁଛି। କିନ୍ତୁ ବର୍ତ୍ତମାନ ଅଭିଲିପ୍ସା ଗାଇଥିବା ଏହି ଗୀତ ବର୍ତ୍ତମାନ ଷଡଯନ୍ତ୍ର ଘେରକୁ ଆସିଛି।

ନା ଗୀତ ଲେଖିଛନ୍ତି, ନା କମ୍ପୋଜ କରିଛନ୍ତି , ନା ଗାଇଛନ୍ତି । ଆଉ ଜଣେ ଲେଖିଲା, ଜଣେ ସ୍ୱର କଲା, ଜଣେ ଗାଇଲା । କିନ୍ତୁ ପରେ ଗାଇକି ସେ ନିଜକୁ ବୋଲାଇଲେ ସିଙ୍ଗର କମ କମ୍ପୋଜର । ଏହି ମହିଳା ଜଣକ ହେଉଛନ୍ତି ସେହି ଫର୍ମାନୀ ନାର୍ ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ସର୍ବଦା ଚର୍ଚ୍ଚା ରହିଥାଏ।

କିନ୍ତୁ ଏବେ ବଡ ପ୍ରଶ୍ନ କଣ ସତରେ ” ହର ହର ଶମ୍ଭୁ” ଗୀତର ଗାୟିକା କଣ ଫର୍ମାନୀ । ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସାମନାକୁ ଆସିଛନ୍ତି ଓଡିଆ ସିଙ୍ଗିଙ୍ଗ ସେନସେସନ ତଥା ଗୀତର ଅରିଜିନାଲ ସିଙ୍ଗର ଅଭିଲିପ୍ସା ପଣ୍ଡା ।

ଟ୍ୱିଟରରେ ଅଭିଲିପ୍ସା ଫର୍ମାନୀଙ୍କୁ ଲେଖିଛନ୍ତି ଟିକେ ତ ଲଜ୍ଜ୍ୟା କର । ମୋ ଗୀତ କପି କରିଛ ବୋଲି ମିଡିଆକୁ କେବେ କହିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ ଗୀତ ଚୋରି ଅଭିଯୋଗରେ ପ୍ରଶ୍ନ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଜିତୁ ଶର୍ମା । କପି ରାଇଟ କ୍ଲେମ କରିବା ପରେ ଫର୍ମାନୀ ନିଜ ଗୀତକୁ ଆଇଡିରୁ ହଟାଇଦେଇଛନ୍ତି ।

ସେ କହିଛନ୍ତି ସେ ଫର୍ମାନୀ ଯଦି ଏ ଗୀତକୁ ନିଜର ବୋଲି ପୁଣି ଦାବି କରନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ । ଅଭିଲିପସାଙ୍କ ବିନା କ୍ରେଡିଟରେ ଏ ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *