ସାରା ଦୁନିଆକୁ ଆତଙ୍କିତ କରିଥିବା ୭ଟି ଭୟଙ୍କର ଭାଇରସ, ବର୍ତ୍ତମାନ କୋରୋନା ମଧ୍ୟ ହେଲା ସାମିଲ

ରୋଗ ଯେ ମୃତ୍ୟୁର ଦୁଆର ବନ୍ଧ ସେକଥା କିଏ ବା ନ ଜାଣେ ! ଦୁନିଆର ଅନେକ ପ୍ରକାରର ରୋଗ ହେତୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାନ୍ତି । କିନ୍ତୁ ଆଜିର ବିଷୟବସ୍ତୁ ହେଲା ମହାମାରୀ । ସେ ଯେତେବେଳେ ଦୁନିଆକୁ ଆସେ ଓ ଲକ୍ଷ ନୁହେଁ କୋଟି କୋଟି ମଣିଷଙ୍କ ପ୍ରାଣ ନିଏ । ଲୋକମାନେ ଅଜାଣତରେ ଜୀବାଣୁର ଶିକାର ହୁଅନ୍ତି ଓ ମହାମାରୀ ରୋଗ ତାର କାୟା ବିସ୍ତାର କରେ ସାରା ବିଶ୍ଵରେ । ଆସନ୍ତୁ ନଜର ପକାଇବା ସେହିପରି କେତୋଟି ମହାମାରୀ ଉପରେ…

୧- ଇନ୍‌ଫ୍ଲୁଏଞ୍ଜା ଫ୍ଲୁ (୧୯୧୮)

ଶହେ ବର୍ଷ ପୂର୍ବେ ସ୍ୱାଇନ୍ ଫ୍ଲୁ ନାମକ ଏକ ଭୂତାଣୁ ଦେଖା ଦେଇଥିଲା । ସାରା ବିଶ୍ୱରେ ନିହତ ହୋଇଥିବା ଲୋକଙ୍କ ସଂଖ୍ୟା ଥିଲା ୧୦୦ ନିୟୁତ ପାଖାପାଖି ଥିଲା । ଏହି ଭୂତାଣୁ ଜୁନୋସିସ୍ ଘୁଷୁରିଠାରୁ ମଣିଷ କିମ୍ବା ମଣିଷଠାରୁ ଘୁଷୁରି ସଂକ୍ରମିତ ହୋଇଥାଏ । ୧୯୧୮ରେ ସ୍ପେନରେ ଭୟଙ୍କର ଫ୍ଲୁ ହେବା ପରେ ପରେ ତାକୁ ସ୍ୱାଇନ୍ ଫ୍ଲୁ ନାମକରଣ କରାଯାଇଥିଲା । ସେତେବେଳେ କୌଣସି ଚିକିତ୍ସା କିମ୍ବା ପ୍ରଭାବଶାଳୀ ଟିକା ନଥିଲା ।

୨ – ଆସିଆନ୍ ଫ୍ଲୁ (୧୯୫୭-୫୮)

ଏସୀୟ ଫ୍ଲୁ ହେଉଛି ‘ଇନଫ୍ଲୁଏନଜା-ଏ’ର ଏକ ମହାମାରୀ ରୂପ । ୧୯୫୭ରେ ଫେବୃଆରୀ ଶେଷବେଳକୁ ଚାଇନାରେ ପ୍ରଥମେ ଏହା ଚିହ୍ନଟ ହୋଇ, ଜୁନ ସୁଦ୍ଧା ଆମେରିକା ଯାଏଁ ବ୍ୟାପିଥିଲା । ପ୍ରାୟ ୭୦ ହଜାର ଲୋକ ପ୍ରାଣ ହରାଇଥିଲେ ଏସିଆନ ଫ୍ଲୁରେ ।

୩ – ହଂକଂ ଫ୍ଲୁ (୧୯୬୮)

ହଂକଂ ଫ୍ଲୁ ମହାମାରୀରେ ୧୯୬୮ ଓ ୧୯୬୯ରେ ବିଶ୍ଵବ୍ୟାପୀ ପ୍ରାୟ ୧ ନିୟୁତ ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଥିଲା । ଇନ୍‌ଫ୍ଲୁଏଞ୍ଜା ଏ. ଭୂତାଣୁର H3N2 ଷ୍ଟ୍ରେନ୍ ଦ୍ଵାରା ଏହା ଘଟିଥିଲା । ଯେହେତୁ ହଂକଂ ଥିଲା ଏହାର ଉତ୍ପଟି ସ୍ଥଳୀ ମହାମାରୀର ନାମ ହେଲା ହଂକଂ ଫ୍ଲୁ ।

୪ – ଇବୋଲା ଭାଇରସ (୧୯୭୬)

ଆଫ୍ରିକାର ସୁଦାନରେ ଇବୋଲା ନଦୀ ନିକଟ ଏକ ଗାଁରେ ୧୯୭୬ରେ ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିଲା । ଏହି କାରଣରୁ ଏହାର ନାମ ଇବୋଲା ରଖାଗଲା । ଇବୋଲା ରୋଗୀର ଯୋଗାଯୋଗ ମାଧ୍ୟମରେ ବ୍ୟାପିଥାଏ । ଏଥିରେ ରୋଗୀ ଟାଇଫଏଡ୍, କଲେରା, ଜ୍ୱର ଏବଂ ମାଂସପେଶୀ ଯନ୍ତ୍ରଣା ଅନୁଭବ କରେ । କେଶ ଝଡ଼ିବା ଏହାର ଆଉ ଏକ ଲକ୍ଷଣ । ଇବୋଲାରେ ମୃତକଙ୍କ ସଂଖ୍ୟା ୫୦ରୁ ୮୦ ପ୍ରତିଶତ ରେକର୍ଡ କରାଯାଇଛି ।

୫ – ଏଡ଼ସ (୧୯୮୬)

୧୯୮୮ରେ ମାନବ ଇମ୍ୟୁନୋଡେଫେସିସିସି ଭାଇରସ (ଏଚ୍.ଆଇ.ଭି.) ନାମରେ ନାମିତ ହେଲା ପ୍ରଥମେ । ସଂକ୍ରମିତ ବ୍ୟକ୍ତିଙ୍କଠାରେ ଏଡ଼ସର ଲକ୍ଷଣ ସଂକ୍ରମଣର ୬ ମାସରୁ ଆରମ୍ଭ କରି ୧୦ ବର୍ଷ ପରେ ବି ବିକଶିତ ହୋଇପାରେ । ପରେ ସମଗ୍ର ବିଶ୍ୱରେ ଏଡସ୍ ବିଷୟରେ ସଚେତନତା ସୃଷ୍ଟି ହେଲା । ୧୯୮୮ ମସିହାରୁ, ପ୍ରତିବର୍ଷ ଡିସେମ୍ବର ୧ କୁ “ବିଶ୍ୱ ଏଡ଼ସ ଦିବସ“ ଭାବେ ପାଳନ କରାଗଲା ।

୬ – ସ୍ୱାଇନ୍ ଫ୍ଲୁ (୨୦୦୬)

୨୦୦୬ ରେ ଭାରତ ଦେଶରେ ଏହି ରୋଗରେ ସମୁଦାୟ ୧୦୯୪ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୨୨୧୮୬ ଟି ମାମଲା ରୁଜୁ ହୋଇଥିଲା । ସ୍ୱାଇନ୍ ଫ୍ଲୁ ନାମରେ ପରିଚିତ H1N1 ଇନଫ୍ଲୁଏଞ୍ଜା ଏକ ଅତ୍ୟଧିକ ସଂକ୍ରାମକ ରୋଗ । ୨୦୦୯ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ମହାମାରୀ ଘୋଷଣା କରିଥିଲା । ପୁନର୍ବାର ୨୦୧୫ରେ, ଭାରତରେ ୯୩୩ଟି ସ୍ୱାଇନ୍ ଫ୍ଲୁ ହୋଇଥିଲା, ଯେଉଁଥିରେ ୨୧୮ ଜଣ ପ୍ରାଣ ହରାଇଥିଲେ ।

୭ – କରୋନା ଭାଇରସ (୨୦୨୦)

ଚାଇନାର ୱୁହାନ ସହରରୁ ଏହି କରୋନା ଭାଇରସର ଉତ୍ପତ୍ତି ଯିଏ ବର୍ତ୍ତମାନ ସୁଦ୍ଧା ବିଶ୍ଵସାରା ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା ୧୧୪ଟି ଦେଶରେ ୧୧୮୦୦୦ ରୁ ଅଧିକ ମାମଲା ରହିଥିବାବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪୨୯୧ ରହିଛି । ୧୦୦୦ରୁ ଅଧିକ ପୀଡ଼ିତ ଡାକ୍ତରଖାନାରେ ଜୀବନ ପାଇଁ ସଂଗ୍ରାମ ମଧ୍ୟ କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୧ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) COVID-୧୯କୁ ମହାମାରୀ ଘୋଷଣା କରିଛି ।

Leave a Reply

Your email address will not be published. Required fields are marked *