ପୁଣି ପିଲାଙ୍କୁ ଡରାଉଛି କରୋନା : ଆରମ୍ଭ ହୋଇପାରେ ଅନଲାଇନ ପାଠପଢା , ପଢ଼ନ୍ତୁ ରିପୋର୍ଟ

ସଂସ୍କାର : ବିଶ୍ୱରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଏବେ ଏହା ସରକାରଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ରାଜ୍ୟରେ ବି ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ ଭାବରେ ଅଭିଭାବକମାନେ କରୋନାଗ୍ର୍ରାଫର ଉପରମୁହାଁ ହେବାକୁ ନେଇ ଚିନ୍ତା ଜତାଇଛନ୍ତି । ବର୍ତ୍ତମାନ ପିଲାଙ୍କ ସୁରକ୍ଷିତ ପାଠପଢା ନେଇ ସେମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଦୀର୍ଘ ୨ ବର୍ଷ ପରେ ସ୍ଥିତି ସ୍ୱାଭାବିକ ହେବା କାାରଣରୁ ପୁର୍ନବାର ସ୍କୁଲକୁ ଯାଇ ପିଲାମାନେ ପାଠ ପଢିବା ଆରମ୍ଭ କରିଛନ୍ତି । କିନ୍ତୁ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ପୁଣିଥରେ ଅନଲାଇନ ପାଠପଢା ଫେରିବ କି? ସ୍କୂଲ ବନ୍ଦ ହେବ କି? ଏଭଳି ଅନେକ ପ୍ରଶ୍ନ ଅଭିଭାବକଙ୍କ ମନରେ ଉଙ୍କି ମାରୁଛି । ରାଜ୍ୟରେ ଗୋଟିଏ ଦିନରେ ୧୦୪୩ ଜଣ କରୋନା ସଂକ୍ରମିତ ହେବା ଏବେ ସମସ୍ତଙ୍କ ମନରେ ଏକପ୍ରକାର ଭୟ ସୃଷ୍ଟି କରିଛି । ସେହିଭଳି ରାଜ୍ୟରେ କରୋନାର ଟିପିଆର ୧୩% ଛୁଇଁଲାଣି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣର୍ ବିଷୟ ଏହା ଯେ, ସଂକ୍ର୍ରମିତଙ୍କ ମଧ୍ୟରେ ଅଧିକ ମାତ୍ର୍ରାରେ ୧୮ ବର୍ଷରୁ କମ ରହିଛନ୍ତି । ୧୧ ତାରିଖରେ ୬୯, ୧୨ରେ ୫୨, ୧୩ରେ ୮୭ ଓ ୧୪ରେ ୭୧ ଜଣ ଏବଂ ୧୫ରେ ୧୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେପଟେ ଗତ ଶୁକ୍ରବାର କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ଗୋଟିଏ ଦିନରେ ୪୫ ଛାତ୍ରଛାତ୍ରୀ କରୋନା ପଜଟିଭ ବାହାରିଥିଲେ। ଯାହା ଅଭିଭାବକଙ୍କ ଚିନ୍ତାକୁ ଆହୁରି ବଢାଇଦେଇଛି ।

ଅନ୍ୟପଟେ ପାଗ ବଦଳୁଥିବା କାରଣରୁ ଘରେ ଘରେ ଥଣ୍ଡା, କାଶ, ଜ୍ୱରର ପ୍ରକୋପ ଦେଖାଦେଇଛି। ଏହି ଥଣ୍ଡା, କାଶରେ ପିଲାମାନେ ମଧ୍ୟ ସ୍କୁଲ ଆସୁଛନ୍ତି । ବିନା ମାସ୍କ ଓ ସାନିଟାଇଜରେ ଏବେ ପିଲାମାନେ ମାଳ ମାଳ ହୋଇ ଏକାଠି ବୁଲୁଛନ୍ତି ଓ ବସୁଥିବା ଦେଖିବାକୁ ମିଳିଛି । ଏସବୁ ଦେଖି ଶିକ୍ଷାବିଭାଗ ଚୁପ ହୋଇ ରହିଛି । ଥଣ୍ଡା,କାଶ ହେଲେ ସ୍କୁଲ ଆସିବାକୁ ଅନୁମତି ନଦେବାକୁ ଶିକ୍ଷା ବିଭାଗ କହିଦେଇ ହାତ ବାନ୍ଧି ବସିପଡ଼ିଛି ।

ଟିକା କଥା ଦେଖିଲେ ୧୨ ବର୍ଷରୁ ଅଧିକ ବର୍ଷର ପିଲାମାନେ ଟିକା ନେଉଥିବାବେଳେ ୫ରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଟିକା ବାହାରିନି । ତେଣୁ ଏସବୁକୁ ଦେଖିଲେ କରୋନା ଯେଭଳି ଭାବରେ ମାଡ଼ିଚାଲିଲାଣି, ଏବେ ଶିକ୍ଷାନୁଷ୍ଠାନ ଏହାର ହଟସ୍ପଟ ପାଲଟିବ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *