କରୋନା ବଦଳାଇଲା ତାର ରୂପ, ଏଣିକି ଘର ଭିତରେ ସଂକ୍ରମଣ ବ୍ୟାପିବା ସମ୍ଭାବନା ସର୍ବାଧିକ : ସାମ୍ନାକୁ ଆସିଲା ଏପରି ଭୟଙ୍କର ତଥ୍ୟ

ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଚିକିତ୍ସା ସହିତ ସଂକ୍ରମଣ ରୋକିବାକୁ ବିଭିନ୍ନ ପନ୍ଥା ଆପଣେଇବା ପରେବି ଗବେଷଣା ଜାରି ରହିଛି ଗବେଷକଙ୍କ ଦ୍ଵାରା । ଲକଡାଉନ, ସାମାଜିକ ଦୂରତା, ମାସ୍କ ଆଦି ନାନା କଟକଣା ପରେ ବି ସଂକ୍ରମଣ ଅଟକୁନାହିଁ । ଏଣେ ଗୋଟେ ତାଜା ଗବେଷଣା ରିପୋର୍ଟ ଅନୁଯାୟୀ ଘରେ ହିଁ ସବୁଠାରୁ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି କରୋନା ।

କରୋନା ଭାଇରସ ତାର ରୂପ ବଦଳେଇ ସାରିଲାଣି । କୋଭୋଡ଼-୧୯ରୁ ସେ ଏବେ ସାର୍ଶ କୋଭ-୨ ହେଇସାରିଲାଣି । ପୁରୁଣା ସାର୍ଶ ଭାଇରସ ତୁଳନାରେ ଘର ମାହୋଲରେ ଏହା ଦୁଇଗୁଣ ଅଧିକ ସଂକ୍ରାମଣକାରୀ ବୋଲି ସୂଚନା ମିଳିଛି । ସବୁଠୁ ଭୟଙ୍କର ତଥ୍ୟ ଯାହା ସାମ୍ନାକୁ ଆସିଛି ତାହା ହେଲା ଯେ ପୀଡ଼ିତ ପାଖରେ ଏହାର କୌଣସି ଲକ୍ଷଣ ଦିଶୁନାହିଁ ।  

ନିକଟରେ ଚୀନ ଗୁବାଗଝୋଓ ସହରରେ ଗବେଷକମାନେ ୩୫୦ କରୋନା ଆକ୍ରାନ୍ତ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୦୦୦ ସମ୍ପର୍କୀୟଙ୍କ ତାଲିକାକୁ ନେଇ ଗବେଷଣା କରିଛନ୍ତି । ସେକଣ୍ଡାରୀ ଆଟାକ୍ ରେଟ୍ ଅର୍ଥାତ୍ ଆକ୍ରାନ୍ତଠାରୁ ସଂକ୍ରମିତ ହୋଇ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିକୁ ଏହା ବ୍ୟାପିବାର ସମ୍ଭାବନାକୁ ନେଇ ଗବେଷଣା ଓ ତଥ୍ୟ ଚମକେଇଲା ପରି ।

ଗବେଷକମାନଙ୍କ କହିବାନୁଯାୟୀ କୋଭିଡ-୧୯ର ଜଣେ ରୋଗୀ ନିଜ ପରିବାର ସଦସ୍ୟ କିମ୍ବା ପାଖ ପଡ଼ୋଶୀକୁ ସଂକ୍ରମିତ କରିବା ସମ୍ଭାବନା ସବୁଠାରୁ ଅଧିକ ରହିଛି । ଯଦି ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ତେବେ ସଂକ୍ରମଣ ବିପଦ ବେଶୀ ବଢିଯାଉଛି । ଘର ଭିତରେ ସଂକ୍ରମଣ ହେବା ସମ୍ଭାବନା କେବଳ ୩୯ ପ୍ରତିଶତ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି । ଅତଏବ, ଇନକ୍ୟୁବେସନ୍ ସମୟରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥାଏ ।

ଇନକ୍ୟୁବେସନ୍ ଅର୍ଥ ସଂକ୍ରମଣ ହେବା ଏବଂ ଲକ୍ଷଣ ଦେଖା ଦେବା ମଧ୍ୟବର୍ତ୍ତୀ ସମୟ । ଲକ୍ଷଣ ବିହୀନ ସନ୍ଦେହ ଘେରାରେ ନଥାଇ ବି ସଂକ୍ରମଣର ଶିକାର ହୁଅନ୍ତି ଲୋକେ କରୋନାର ଏହି ନୂଆ ରୂପ ଦ୍ଵାରା । କ୍ଵାରେଣ୍ଟିନ ଏକ ମାତ୍ର ଉପାୟ ଯାହାକୁ ବ୍ୟବହାର କରି ୨୦ରୁ ୫୦ ପ୍ରତିଶତ ସଂକ୍ରମଣ ହ୍ରାସ କରି ହେଇଛି ବୋଲି ଗବେଷକମାନେ ନିଜର ମତ ଦେଇଛନ୍ତି ।

ଗତକାଲି ବୁଧବାର ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାରକୁ ଟପି ଯାଇଛି ଯାହା ସାରା ଦୁନିଆରେ ସେଦିନର ନୂଆ ମାମଲାରେ ସର୍ବାଧିକ । ଭାରତୀୟ ବିଶେଷଜ୍ଞମାନଙ୍କ ମତାନୁସାରେ ଏଯାବତ୍ ଦେଶରେ ପିକ୍ ସ୍ଥିତି ଆସିନି ଓ ସମ୍ଭାବନାରୁ ସଂକ୍ରମଣ କମ୍ ବ୍ୟାପିଛି ।

Leave a Reply

Your email address will not be published. Required fields are marked *