କରୋନା ଭାଇରସ ମଣିଷ ଶରୀର ଭିତରକୁ କେଉଁ ବାଟ ଦେଇ ପ୍ରବେଶ କରିଥାଏ, ସେ ବିଷୟରେ ଆପଣ ଜାଣନ୍ତି କି !

ମହାମାରୀ କରୋନା ଭାଇରସ ଆଖି ଦେଇ ମଣିଷ ଶରୀର ଭିତରକୁ ଯାଏ । ଆଖିର ଏସିଇ-୨ ରିସେପ୍ଟର ଦେଇ କରୋନା  ଭାଇରସ ଶରୀର ଭିତରକୁ ପ୍ରବେଶ କରିଥାଏ ବୋଲି ଆମେରିକାର ଜନ୍ ହପକିନ୍ସ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍‌ର ବୈଜ୍ଞାନିକମାନେ ଗବେଷଣା କରି କହିଛନ୍ତି ।

ଆଖିର ଏସିଇ-୨ ରିସେପ୍ଟରକୁ ‘ଗେଟୱେ’ କହିହେବ । କାରଣ ଭାଇରସ ଶରୀରକୁ ଏହି ବାଟ ଦେଇ ଯାଏ ଓ ଫୁସଫୁସ୍‌, ଶ୍ୱାସକ୍ରିୟା ବ୍ୟତୀତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକରେ ବି ନିଜର କାୟା ବିସ୍ତାର କରେ । ଗବେଷକମାନଙ୍କ କହିବାନୁଯାୟୀ ଯଦି କୌଣସି ବ୍ୟକ୍ତିର କଫ ଓ ଛିଙ୍କରୁ ବାହାରିଥିବା ଲାଳ ଅଂଶ ଅନ୍ୟ ବ୍ୟକ୍ତର ଆଖି ପୃଷ୍ଠ ଯାଏଁ ପହଞ୍ଚେ ତେବେ ଭାଇରସ ଶରୀରରେ ପ୍ରବେଶ କରେ । ଆଖି ନାଲି ପଡ଼ିବା ଭାଇରସ ଦ୍ଵାରା ସଂକ୍ରମିତ ହେବାର ଲକ୍ଷଣ ।

ଆଖି ଲୁହରେ ମଧ୍ୟ କରୋନା ଭାଇରସ ବ୍ୟାପିଥାଏ ବୋଲି ଗବେଷକମାନେ କହିଛନ୍ତି । ଲିଙ୍ଗଲି ଜୋ’ଙ୍କ ନେତୃତ୍ୱରେ ଜନ୍ ହପକିନ୍ସ ୟୁନିଭର୍ସିଟି ସ୍କୁଲ୍ ଅଫ୍ ମେଡିସନ୍‌ର ବୈଜ୍ଞାନିକମାନେ କରୋନା ଭାଇରସ ଆଖି ଦ୍ୱାରା କିପରି ବ୍ୟାପିଥାଏ ସେ ବିଷୟରେ ଗବେଷଣା କରିଥିଲେ । ଆଖିର ଏସିଇ-୨ ରିସେପ୍ଟରକୁ ବୁଝିବା ପାଇଁ କରୋନାରେ ମୃତ୍ୟୁ ହୋଇ ନଥିବା ୧୦ ଜଣ ମୃତକଙ୍କ ଆଖିକୁ ଗବେଷଣାରେ ସାମିଲ କରଯାଇଥିଲା ।

Leave a Reply

Your email address will not be published. Required fields are marked *