କରୋନା ମହାମାରୀର ଚିକିତ୍ସା ଗଙ୍ଗା ଜଳ ଦ୍ଵାରା ହେଇପାରିବ ! କ୍ଲିନିକାଲ୍ ଟେଷ୍ଟ ପାଇଁ ଦିଆଗଲା ପ୍ରସ୍ତାବ

ନୂଆଦିଲ୍ଲୀ : ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଗଙ୍ଗା ଜଳ ଉପରେ କ୍ଲିନିକାଲ ପରୀକ୍ଷା କରିବାକୁ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ICMR)କୁ ଏକ ପ୍ରସ୍ତାବ ପଠାଇଛି । ପ୍ରସ୍ତାବ ଏହି କି ଯେ ଗଙ୍ଗା ଜଳର କ୍ଲିନିକାଲ୍ ପରୀକ୍ଷା କରାଯାଉ ଓ ଏହା କରୋନାଭାଇରସ ସଂକ୍ରମିତ ରୋଗୀଙ୍କୁ ଭଲ କରିବାରେ ବ୍ୟବହାର କରାଯାଇପାରିବ କି ନା ଯାଞ୍ଚ କରାଯାଉ ।

ଅତୁଲ୍ୟ ଗଙ୍ଗା ନାମକ ଆର୍ମି ଭେଟେରାନର ଏକ ଅନୁଷ୍ଠାନ ଏହି ପ୍ରସ୍ତାବ ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନକୁ ପଠାଇଥିଲା, ଯାହା ଜାତୀୟ ଗଙ୍ଗା ମିଶନ ICMR କୁ ପଠେଇ ଦେଇଛି । ଅତୁଲ୍ୟ ଗଙ୍ଗା ଏକ ଚିଠି ମାଧ୍ୟମରେ ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନକୁ ଲେଖିଛି ଯେ ଗଙ୍ଗାର ଉପର ପୃଷ୍ଠ ଜଳରୁ ମିଳିଥିବା ଭାଇରସ ଭିତରେ ଅନ୍ୟ ଭାଇରସ ବିରୋଧରେ ଲଢିବାର କ୍ଷମତା ରହିଛି ।

ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଆଉ ଏକ ଚିଠି ICMRକୁ ପଠେଇଛି ଯେଉଁଥିରେ କେବଳ ଗଙ୍ଗାର ଉପରି ପୃଷ୍ଠର ଗୁଣ ଉପରେ କ୍ଲିନିକାଲ୍ ଗବେଷଣା କରିବା ବିଷୟରେ ଉଲ୍ଲେଖ ରହିଛି । ଏହି ଗବେଷଣା ହେଲା ପରେ ଜଣା ପଡ଼ିଯିବ ଯେ ଗଙ୍ଗା ଜଳରେ କରୋନା ବିରୋଧରେ ଲଢିବା ଶକ୍ତି ଅଛି ନା ନାହିଁ ।

ବୈଜ୍ଞାନିକମାନେ ବିଶ୍ଵାସ କରନ୍ତି ଯେ ଗଙ୍ଗା ଜଳରେ ଥିବା ଉପାଦାନଗୁଡିକ ଭାଇରସ ଦ୍ଵାରା ହେଉଥିବା ରୋଗମାନଙ୍କ ସହିତ ଲଢିପାରିବେ । ଯେହେତୁ କରୋନା ବି ଏକ ଭାଇରସ ତେଣୁ ଗଙ୍ଗା ଜଳର କ୍ଲିନିକାଲ୍ ପରୀକ୍ଷା ହେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *