ସମ୍ପୂର୍ଣ ଲକଡ଼ାଉନ ଆଡ଼କୁ ଦେଶର ଏହି ରାଜ୍ୟ : ହୁତୁହୁତୁ ହୋଇ ବଢିଚାଲିଛି ସଂକ୍ରମଣ ସଂଖ୍ୟା, ଦିନକରେ ୪୦ ହଜାର ନୂଆ ପଜିଟିଭ୍ ମାମଲା

ଦୈନିକ ସଂକ୍ରମଣ ବଢିବଢି ଚାଲିଛି ରାଜ୍ୟରେ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହେଇଛି ୩୯୪ଟି ନୂଆ କରୋନା ମାମଲା । ତେବେ ଜଣାପଡ଼ିଛି ଯେ ଚଳିତ ବର୍ଷର ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ । ସେପଟେ ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୭୦ଟା ମାମଲା ସାମ୍ନାକୁ ଆସିଛି, ପୁଣି ସେଥିରୁ କେବଳ ଭୁବନେଶ୍ୱରରୁ ୫୨ ଜଣ । ଶୁଣିବାକୁ ମିଳୁଛି ଯେ ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା କରୋନା ସଂକ୍ରମିତ ହେବା ପରେ ଆଜି ପୁରା କ୍ୟାମ୍ପସ୍‌ରେ କୋଭିଡ୍ ଟେଷ୍ଟ କରାଯାଇଛି । ଏହାସହିତ ଏହି ସଂକ୍ରମଣ ଯେପରି ବ୍ୟାପି ନଯାଉ ସେଥିପାଇଁ ହଷ୍ଟେଲ ଅନ୍ତେବାସୀ ମାନଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ବି କରୋନା ସଂକ୍ରମଣ ବଢୁଛି । ମିଳିଥିବା ସୂଚନା ଅନୁସାରେ ଆଜି କଳାହାଣ୍ଡିରୁ ୪୩, ନୂଆପଡ଼ାରେ ୪୦, ବରଗଡ଼ରେ ୩୪, ସୁନ୍ଦରଗଡ଼ରେ ୩୧ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାପଛର କାରଣ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ବୋଲି ଆଶଙ୍କା କରାଯାଉଛି । ତେବେ କେନ୍ଦ୍ର ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଆଜି ଠାରୁ ଟିକାକରଣ ଆରମ୍ଭ ହେଇଛି ।

୪୫ ବର୍ଷରୁ ଅଧିକ ବୟସଯୁକ୍ତ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ ଏବଂ ଆଜି ଠାରୁ ଦୈନିକ ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏମିତିକି ଚଳିତ ମାସର ସବୁଦିନ ଏହି ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।କାରଣ ଗତ ୨୪ ଘଣ୍ଟା ଭିତରେ ୭୨,୩୩୦ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଏହାସହିତ ସବୁଠାରୁ ଦୁଃଖଦ ଖବର ଯେ ମହାରାଷ୍ଟ୍ର ରାଜ୍ୟରେ ଗୋଟିଏ ଦିନରେ ପ୍ରାୟ ୪୦,୦୦୦ ନୂଆ ମାମଲା ଚିହ୍ନଟ ହୋଇଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କରୋନାର ଦ୍ୱିତୀୟ ଲହରରେ ମାର୍ଚ୍ଚ ମାସରେ ମହାରାଷ୍ଟ୍ରରେ ୧୫,୫୦୦ ଶିଶୁ (୧୦ ବର୍ଷ ବୟସ ପର୍ଯ୍ୟନ୍ତ) ସଂକ୍ରମିତ ହୋଇଛନ୍ତି । ସେହିପରି ୨୦ ବର୍ଷ ବୟସ ମଧ୍ୟରେ ମୋଟ୍ ୫୫,୦୦୦ ରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *