ଉପଯୁକ୍ତ ଯତ୍ନ ଏବଂ ଆବଶ୍ୟକ ସ୍ଥଳେ ଠିକ୍ ଔଷଧ ଗ୍ରହଣ କରି ସାମାନ୍ୟ ଲକ୍ଷଣ ଜନିତ କରୋନା ସଂକ୍ରମିତ ବ୍ୟକ୍ତି ଘରେ ରହି ସୁସ୍ଥ ହେଉଛନ୍ତି । ଏଭଳି ପରିସ୍ଥିତିରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) କିଛି ଔଷଧର ନାଁ ଦେଇଛି ଯାହା ଭୁଲରେ ବି କରୋନା ରୋଗୀଙ୍କୁ ଦିଆଯିବା ଉଚିତ ନୁହେଁ । ଅନ୍ୟଥା କରୋନା ସମସ୍ୟା କମିବା ବଦଳେ ବଢି ଯାଇପାରେ ।
ICMR ଅନୁଯାୟୀ ଇବୁପ୍ରୋଫେନ୍ (Ibuprofen) ପରି କେତେକ ପେନକିଲର ଔଷଧ ହୃଦୟ ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇପାରେ । ଏହା କିଡ଼ନୀ ଫେଲ ହେବାର ଆଶଙ୍କାକୁ ବଢାଇଦେଇପାରେ । ICMR ଦେଇଥିବା ପରାମର୍ଶ ଅନୁସାରେ ‘ଅଣ-ଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ’ ଔଷଧ ଖାଇବା ପରିବର୍ତ୍ତେ ଉତ୍ତମ ହେବ ଆବଶ୍ୟକ ହେଲେ ପାରାସିଟାମୋଲ ଗ୍ରହଣ କରାଯିବା ଉଚିତ ।

ICMR ତରଫରୁ କୁହାଯାଇଛି ଯେ ହୃଦରୋଗୀ, ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି ବୋଲି ଶୁଣୁଥିବା କଥା ଭୁଲ ଅଟେ । ସାମାନ୍ୟ ଲକ୍ଷଣ ଜନପଡ଼ିବା ମାତ୍ରେ ହିଁ କରୋନା ଟେଷ୍ଟ କରାଇ ନେବା ଉଚିତ । ତେବେ ହଁ ହୃଦରୋଗୀ, ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନଙ୍କୁ କରୋନା ଜନିତ ଗମ୍ଭୀର ଲକ୍ଷଣ ଆସିପାରେ । ତେଣୁ ସେମାନଙ୍କୁ ଅତିରିକ୍ତ ଯତ୍ନର ଆବଶ୍ୟକତା ରହିଛି ।