ଏହି ସବୁ ଖାଦ୍ୟ କରୋନା ସଂକ୍ରମଣ ବିପଦକୁ ବହୁ ମାତ୍ରାରେ ହ୍ରାସ କରିଥାଏ : ଜାଣନ୍ତୁ ସେଗୁଡ଼ିକ କ’ଣ କ’ଣ

କୋଭିଡ଼-୧୯ ଭାଇରସ ସଂକ୍ରମଣ ରୋକିବା ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଦିନରାତି କାର୍ଯ୍ୟ କରୁଥିବା ବେଳେ ସଂକ୍ରମଣ ପ୍ରଭାବକୁ ହ୍ରାସ କରାଇବା ପାଇଁ ଅନେକ ପରୀକ୍ଷାନିରୀକ୍ଷା ବି ଚାଲିଛି । ନିକଟରେ ହୋଇଥିବା ଏକ ଅଧ୍ୟୟନ ପରେ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ SARS-CoV-2 ଭଳି ମାରାତ୍ମକ ରୋଗ ଦୂର କରିବାରେ ଗ୍ରୀନ୍ ଟି, ଚୋକବେରୀ ଏବଂ ଡାଳିମ୍ବ ରସ ଆଦି ପ୍ରଭାବଶାଳୀ ହୋଇପାରେ ।

ଇନଷ୍ଟିଚ୍ୟୁଟ୍ ଅଫ୍ ମଲିକୁଲାର ଭାଇରୋଲୋଜି, ULM ୟୁନିଭରସିଟି ମେଡିକାଲ୍ ସେଣ୍ଟର ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଜର୍ମାନୀ) ଦ୍ୱାରା କରାଯାଇଥିବା ପରୀକ୍ଷଣ ଏକ ଭଲ ଫଳାଫଳ ଦାବି କରିଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ୩ ଟି ଖାଦ୍ୟ ମଣିଷ ଶରୀରରେ ଥିବା କୋଷରେ ସଂକ୍ରମଣକୁ ବଢିବାକୁ ରୋକିଥାଏ ।

ଏହି ଅଧ୍ୟୟନ ପାଇଁ ବୈଜ୍ଞାନିକମାନେ ଇନ୍‌ଫ୍ଲୁଏଞ୍ଜା ଏ ଭାଇରସ, ଆଡ଼ିନୋ ଭାଇରସ ଟାଇପ-5 ଏବଂ SARS-CoV-2 କୁ ଏକାଠି ରୁମ୍ ତାପମାତ୍ରାରେ ରଖି ଉପରୋକ୍ତ ୩ ଟି ଖାଦ୍ୟ ପଦାର୍ଥ ରଖିଥିଲେ । ଏହାପରେ ଭାଇରସଗୁଡ଼ିକର ସଂକ୍ରମଣତାକୁ ନିର୍ଣ୍ଣୟ କରାଯାଇଥିଲା । ଅନୁସନ୍ଧାନକାରୀମାନେ ଏହି ପରୀକ୍ଷଣର ଆଶ୍ଚର୍ଯ୍ୟଜନକ ଫଳାଫଳ ପାଇଲେ ।

ରିପୋର୍ଟ ଅନୁଯାୟୀ, ଚୋକବେରୀ ରସ ଭାଇରସ ସଂକ୍ରମଣକୁ ୩୦୦୦ ଗୁଣ ହ୍ରାସ କରିବାରେ ସକ୍ଷମ ଅଟେ । ଯେଉଁଠାରେ ଡାଳିମ୍ବ ରସ, ଏଲଡ଼େବେରୀ ରସ ଏବଂ ଗ୍ରୀନ୍ ଟି ଭାଇରସ ସଂକ୍ରମଣକୁ ୧୦ ଗୁଣ ହ୍ରାସ କରିପାରେ । ଘୁଷୁରି ଫ୍ଲୁ ଭାଇରସ ଉପରେ ଏହି ଜିନିଷଗୁଡ଼ିକର ପ୍ରଭାବ ଦେଖିବାକୁ ଅନୁସନ୍ଧାନକାରୀମାନେ ମଧ୍ୟ ଏକ ପରୀକ୍ଷଣ କରିଥିଲେ ଯେଉଁଥିରେ ସେ ଜାଣିବାକୁ ପାଇଲେ ଯେ ଏହି ୪ ଟି ଜିନିଷ ୫ ମିନିଟରେ ୯୯ ପ୍ରତିଶତ ଭାଇରସ ସଂକ୍ରମଣକୁ ଦୂର କରିପାରିବ ।

ରିପୋର୍ଟ ଅନୁଯାୟୀ, ଚକୋବେରୀ ରସ SARS-CoV-2 ର ସଂକ୍ରମଣକୁ ୫ ମିନିଟରେ ୯୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ । ସେହିପରି ଡାଳିମ୍ବ ରସ ଏବଂ ଗ୍ରୀନ୍ ଟି ଏହାର ପ୍ରଭାବକୁ ୮୦ ପ୍ରତିଶତ ହ୍ରାସ କରିପାରେ ଯଦିଓ ଏଲଡ଼େବେରୀ ରସର SARS-CoV-2 ଉପରେ କୌଣସି ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିନଥିଲା । ତେବେ ଏସବୁ ଖାଦ୍ୟ ପଦାର୍ଥଗୁଡ଼ିକୁ କୋଭିଡ଼-୧୯ ରୋଗରେ ଉପକାରୀ ବୋଲିକହିଛନ୍ତି ବିଶେଷଜ୍ଞମାନେ ।

Leave a Reply

Your email address will not be published. Required fields are marked *