ସାରା ଦେଶରେ କରୋନା ମାମଲା ବଢିବାରେ ଲାଗିଛି । ସରକାର ଲୋକଙ୍କୁ ଟିକା ନେବାକୁ ପରାମର୍ଶ ଦେଉଛନ୍ତି । ଏହି ସମୟରେ କିନ୍ତୁ ଅନେକ ପ୍ରକାରର ବାର୍ତ୍ତା ଭାଇରାଲ ହେବାରେ ଲାଗିଛି । ଏହି ବାର୍ତ୍ତାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମହିଳାମାନଙ୍କର ଋତୁସ୍ରାବ ସହିତ ଜଡ଼ିତ ଏକ ବାର୍ତ୍ତା ।
ଭାଇରାଲ ହେଉଥିବା ଏହି ବାର୍ତ୍ତାରେ କୁହାଯାଇଛି ଯେ ଋତୁସ୍ରାବର ୫ ଦିନ ପୂର୍ବରୁ ଏବଂ ଋତୁସ୍ରାବର ୫ ଦିନ ପରେ ମହିଳାମାନେ କରୋନା ଟିକା ନେବା ଉଚିତ୍ ନୁହେଁ । ଭାଇରାଲ ମେସେଜରେ ଆହୁରି ଅନେକ ଦାବି କରାଯାଇଛି । ଲେଖାଯାଇଛି ଯେ ଏହା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ । ଅନ୍ୟ ଏକ ବାର୍ତ୍ତାରେ କୁହାଯାଇଛି ଯେ କୋଭିଡ଼-୧୯ ଟିକା ମହିଳାଙ୍କ ଋତୁସ୍ରାବ ଏବଂ ପ୍ରଜନନ ଉପରେ ପ୍ରଭାବ ପକାଇଥାଏ ।
ଏହାସହିତ ୟେଲ ସ୍କୁଲ ଅଫ୍ ମେଡିସିନ୍ର ଡକ୍ଟର ରାଣ୍ଡି ହାଟର୍ ଏପଷ୍ଟାଇନ୍ ଏବଂ ଆଲିସ୍ ଲୁ-କୁଲିଗାନ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରି ନାହିଁ ଯାହା କରୋନା ଟିକା ଏବଂ ମାସିକ ଋତୁସ୍ରାବ ପରିବର୍ତ୍ତନ ମଧ୍ୟରେ କୌଣସି ସମ୍ପର୍କ ନାହିଁ ।