କରୋନା କାଳରେ ହେବାକୁ ଯାଉଛି ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ ମ୍ୟାଚ, ଏହି ଗ୍ରସ୍ତରେ ଖେଳାଯିବ ଟେଷ୍ଟ, ODI ଏବଂ T-20 ସିରିଜ

ମେଲବୋର୍ଣ୍ଣ : ମଇ ୨୬ ତାରିଖ ଅର୍ଥାତ ଗତ ଗୁରୁବାର ଦିନ ଅଷ୍ଟ୍ରେଲିଆ କ୍ରିକେଟ ଦଳ ନିଶ୍ଚିତ କରିଛି ଯେ ଚଳିତ ବର୍ଷ ଅକ୍ଟୋବରରେ ୪ ଟି ଟେଷ୍ଟ, ୩ ଟି ODI ଏବଂ ୩ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ସିରିଜ ପାଇଁ ଭାରତ ଗସ୍ତ କରିବ । ଅଷ୍ଟ୍ରେଲିଆ କ୍ରିକେଟ ଦଳ ସେମାନଙ୍କର ଗ୍ରୀଷ୍ମ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ଯାହା ଅଗଷ୍ଟ ୯ରୁ ଜିମ୍ବାୱେ ଗସ୍ତରୁ ଆରମ୍ଭ ହେବାକୁ ଯାଉଛି ।

ଭାରତ ଟି-ଟ୍ୱେଣ୍ଟି ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଗସ୍ତ ଆରମ୍ଭ କରିବ । ୧୧ ଅକ୍ଟୋବରରେ ସେ ବ୍ରିସବେନରୁ ନିଜର ଗସ୍ତ ଆରମ୍ଭ କରି ୧୪ ଓ ୧୭ ତାରିଖରେ ମ୍ୟାଚ ଖେଳିବ । ବିରାଟ କୋହଲିଙ୍କ ଦଳ ୪ ଟି ଟେଷ୍ଟ ମ୍ୟାଚ ସିରିଜ ପାଇଁ ସେଠାକୁ ଯିବେ ଯାହାର ଆରମ୍ଭ ୩ ଡିସେମ୍ବରରୁ ବ୍ରିସବେନରେ ଆରମ୍ଭ ହେବାକୁ ଯାଉଛି । ତାପରେ ୩ ଟି ଏକଦିବସୀୟ ମ୍ୟାଚ (ODI) ଖେଳାଯିବ ।

ଅଷ୍ଟ୍ରେଲିଆ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଭିନ୍ ରୋବର୍ଟ ଏକ ବିବୃତ୍ତିରେ କହିଛନ୍ତି ଯେ ନିୟନ୍ତ୍ରଣ ବାହାରେ ଥିବା ପରିସ୍ଥିତି ଆଜି ଘୋଷଣା କରାଯାଇଥିବା ଅନ୍ତିମ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ଦେଖାଇପାରେ । କିନ୍ତୁ ଆମେ ଏହି ଗ୍ରୀଷ୍ମ ଋତୁରେ ଯେତେଦୂର ସମ୍ଭାବ୍ବ ଆନ୍ତର୍ଜାତୀୟ କ୍ରିକେଟ ପାଇଁ ଯଥାସାଧ୍ୟ ଚେଷ୍ଟା କରିବୁ । ଯଦି ଆବଶ୍ୟକ ହୁଏ କାର୍ଯ୍ୟସୂଚୀ ପରିବର୍ତ୍ତନ ବିଷୟରେ ବି ସୂଚନା ଦେବୁ ।

Leave a Reply

Your email address will not be published. Required fields are marked *