କ୍ରିକେଟ ମ୍ୟାଚ ହେବ ଆହୁରି ରୋମାଞ୍ଚକର । ଦିନିକିଆ ଓ ଟି-୨୦ ମ୍ୟାଚକୁ ଆହୁରି ରୋମାଞ୍ଚକର କରିବାକୁ ବଡ ନିଷ୍ପତ୍ତି ନେଇଛି ଆଇସିସି । ଯେଉଁଥିପାଇଁ ଷ୍ଟପ୍ କ୍ଲକ୍ ନିୟମ ଆଣିଛି । ଭାରତୀୟ ଅନ୍ତରାଷ୍ଟ୍ରିୟ କ୍ରିକେଟ ପରିଷଦ ଲାଗୁ କରିଛି ନୂଆ ନିୟମ । ଯେଉଁ ନିୟମ ଅନୁସାରେ ବ୍ୟାଟ୍ସମ୍ୟାନ୍ ହେବେ ଅଧିକ ଉପକୃତ ।
ଆଇସିସି ଲାଗୁ କରିଛି ଷ୍ଟପ୍ କ୍ଲକ୍ ନିୟମ । ଏହି ନିୟମର ଉଦ୍ଦେଶ୍ୟ ରହିଛି ଗୋଟିଏ ଓଭର ରୁ ଅନ୍ୟ ଓଭର୍ ମଧ୍ୟରେ ସମୟ ବ୍ୟବଧାନ କମ୍ କରିବା । ଏହି ନିୟମ ଟି ୱାନ ଡେ ମ୍ୟାଚ୍ ଓ ଟି ୨୦ ମ୍ୟାଚ୍ ପାଇଁ ଲାଗୁ କରାଯିବ ।
ଏହି ନିୟମ ଅନୁସାରେ ଗୋଟିଏ ଓଭର ପାଇଁ ବୋଲର୍ କୁ ୬୦ ସେକେଣ୍ଡ ମଧ୍ୟରେ ପ୍ରସ୍ତୁତ ହେବାକୁ ପଡିବ । ବୋଲର୍ ଯଦି ୬୦ସେକେଣ୍ଡ ରୁ ଅଧିକ ସମୟ ନିଏ ତେବେ ବୋଲିଙ୍ଗ କରୁଥିବା ଟିମ୍ କୁ ୫ ରନ୍ ର କ୍ଷତି ସହିବାକୁ ପଡ଼ିବ । ଅର୍ଥାତ୍ ଟିମ୍ ୫ ରନ୍ ହରାଇ ବସିବ ।
ୱାନ ଡେ ମ୍ୟାଚ୍ ରେ ବୋଲିଙ୍ଗ ପାଇଁ ୫୦ ଓଭର ରେ ପ୍ରାୟ ୩.୫ ଘଣ୍ଟା ସମୟ ଦିଆ ଯାଇଥାଏ । ସେହିପରି ଟି ୨୦ ମ୍ୟାଚ୍ ରେ ୨୦ ଓଭର ବୋଲିଂ ପାଇଁ ପ୍ରାୟ ୧.୨୫ ଘଣ୍ଟା ସମୟ ଦିଆ ଯାଇଥାଏ । ହେଲେ ଅନେକ ସମୟରେ ସ୍ଲୋ ବୋଲିଂ ର ଆରୋପ ଦେଖିବାକୁ ମିଳିଥାଏ । ଯାହାର ସମାଧାନରେ ଏହି ନିୟମ ଲାଗୁ କରା ଯାଇଛି ।
କ୍ରିକେଟ ମ୍ୟାଚରେ ଗୋଟିଏ ଓଭରରୁ ଅନ୍ୟ ଏକ ଓଭର ଆରମ୍ଭ ମଧ୍ୟରେ ଅଧିକ ସମୟ ଯେପରି ଅପଚୟ ନହେବ ସେଥିପାଇଁ ଆଇସିସି ଏଭଳି ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ମନ୍ଥର ବୋଲିଂ ପାଇଁ ଇନ୍ ମ୍ୟାଚ୍ ପେନାଲ୍ଟି ବ୍ୟବସ୍ଥା କରିଥିଲା ଆଇସିସି । ଯଦି ଫିଲ୍ଡିଂ କରୁଥିବା ଦଳ ନିର୍ଦ୍ଧାରିତ ସମୟରେ ଓଭର ଶେଷ ନକରିପାରେ ତେବେ ଦଣ୍ଡ ବ୍ୟବସ୍ଥା ରହୁଥିଲା । ଯେଉଁ ଦଣ୍ଡ ବ୍ୟବସ୍ଥାରେ ମ୍ୟାଚର ଶେଷ ଓଭରରେ ୩୦ ମିଟର ସର୍କଲ ବାହାରେ ଜଣେ ଖେଳାଳିଙ୍କୁ କମ କରିବାକୁ ପଡୁଥିଲା । ଯାହାଦ୍ୱାରା ବ୍ୟାଟିଂ ଟିମକୁ ଫାଇଦା ମିଳୁଥିଲା ।