ଦହି ଭାତ ଖାଇବାକୁ ସମସ୍ତଙ୍କୁ ଭାରୀ ପସନ୍ଦ। ଅଧିକାଂଶ ଲୋକ ସେମାନଙ୍କ ଖାଦ୍ୟରେ ଦହି ଭାତ କୁ ଖାଇଥାନ୍ତି। ଦହି ଭାତ କୁ ମିଶାଇ ଖାଇବା ଦ୍ଵାରା ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ସ୍ବାସ୍ଥ୍ୟ ଉପକାର ମିଳିଥାଏ।
ଦହି ଏବଂ ଭାତ ଏକାଠି ଖାଇବାର ଲାଭ :
ଯଦି ଆପଣ ମୋଟାପା ଏବଂ ଚର୍ବି ଯୋଗୁ ହଇରାଣ ହେଉଛନ୍ତି, ତେବେ ନିୟମିତ ଭାବରେ ଦହି ଭାତ କୁ ସେବନ କରିବା ଆରମ୍ଭ କରିଦିଅନ୍ତୁ। ଏହାକୁ ନିୟମିତ ସେବନ କରିବା ଦ୍ଵାରା ତୁମର ଓଜନ ଆପେ ଆପେ କମିବାରେ ଲାଗିବ।
ଦହି ଏବଂ ଭାତ ର ସେବନ ଶରୀରରେ କ୍ୟାଲସିୟମ ର ଅଭାବକୁ ଦୂର କରିବା ସହିତ ଭିତରୁ ଶକ୍ତ କରିଥାଏ। ନିୟମିତ ଏହା ଖାଇବା ଦ୍ଵାରା ଶରୀରରେ ପିୟୁରିକ ଏସିଡ କଣ୍ଟ୍ରୋଲ ରେ ରହିଥାଏ।
ଯଦି ତୁମେ ଅଧିକ ଥକ୍କାପଣ ଏବଂ ସୁସ୍ତି ଅନୁଭବ କରୁଛ, ତେବେ ନିଜ ଡାଇଟ ଦହି ଭାତ କୁ ସାମିଲ କରନ୍ତୁ। ଏହା ଶରୀରରେ ଏନର୍ଜୀ ବୁଷ୍ଟର ଭଳି କାମ କରିବ।
ଆଜିର ଦୁନିଆରେ ବୃଦ୍ଧ ଠାରୁ ଆରମ୍ଭ କରି ଯୁବା ଏବଂ ପିଲାଙ୍କ ଠାରେ ମଧ୍ୟ ବ୍ଲଡ଼ ପ୍ରେସର ର ସମସ୍ୟା ଦେଖା ଦେଉଛି। ଅଧିକାଂଶ ଲୋକ ହାଇ ବ୍ଲଡ଼ ପ୍ରେସର ର ଶିକାର ହୋଇଥାନ୍ତି। ଏହା ହୃଦୟ ଏବଂ ମସ୍ତିଷ୍କ ରେ ଅନେକ ବିପଦ ବଢ଼ାଇଥାଏ। ହାଇ ବ୍ଲଡ଼ ପ୍ରେସର କୁ କଣ୍ଟ୍ରୋଲ କରିବା ପାଇଁ ଦହି ଭାତ ଖାଇବା ଉଚିତ।
ନିୟମିତ ଦହି ଖାଇବା ଦ୍ଵାରା ସ୍କିନ ସଫା ହେବା ସହ ନେଚୁରାଲ ଗ୍ଲୋ ବଢିଥାଏ।