ଚତୁର୍ଥୀ ରାତିରେ ଆସିଲା ଅଜଣା ଫୋନ କଲ, କହିଲା “ତୋର ସ୍ତ୍ରୀ ପ୍ରାଇଭେଟ ପାର୍ଟ ରେ ମୋ ଟାଟୁ”, ଆଉ ତାପରେ..

ସଂସ୍କାର:- ” ମୋ ନାଁ ମୋହିତ ଶର୍ମା। ମୋତେ ବଞ୍ଚାନ୍ତୁ, ମୋତେ ଇନ୍ସାଫ୍ ଦିଅନ୍ତୁ। ହେ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଓ ମୋ ବାପା ମାଙ୍କୁ ବଞ୍ଚାନ୍ତୁ। ମୋର ସ୍ତ୍ରୀର ବୟଫ୍ରେଣ୍ଡ କହୁଛି ମୋତେ ଓ ମୋ ବାପା ମା ଙ୍କୁ ଜୀବନରୁ ମାରିଦେବ । ଆଉ ଫୋନ କରି କହୁଛି ଦେଖ୍ ତୋ ସ୍ତ୍ରୀ ମାନେ ମୋ ଗାର୍ଲଫ୍ରେଣ୍ଡର ଗୁପ୍ତାଙ୍ଗରେ ମୋ ନାମର ଟାଟୁ ଥିବ।”

ଏଭଳି ଏକ ସମ୍ବେଦନଶୀଳ ଘଟଣା ବର୍ତ୍ତମାନ ରାଜ୍ୟ ଗଣମାଧ୍ୟମରେ ଆଲୋଡନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ଖବର ଆସିଛି କଟକରୁ। ସ୍ତ୍ରୀର ଚରିତ୍ରକୁ ନେଇ ଅସୁରକ୍ଷିତ ସ୍ୱାମୀ ବର୍ତ୍ତମାନ ଥାନାରେ ଦ୍ୱାରସ୍ଥ ହୋଇଛି। କଟକର ମ୍ରକନ୍ଦପୁର ଥାନାରୁ ଆସିଛି ଏହି ଘଟଣା। ପ୍ରଥମେ ସୋସିଆଲ ମିଡ଼ିଆ ପାଲ୍ଟଫୋର୍ମ ଫେସବୁକ୍ ରେ ଦେଖା ସାକ୍ଷାତ। ପରବର୍ତ୍ତୀ ୩ ମାସ ମଧ୍ୟରେ ବିବାହ ଏବଂ ପରେ ଶାଶୁ ଘର ଲୋକଙ୍କୁ ବୋହୂର ବୟଫ୍ରେଣ୍ଡ ଦେଉଛି ମର୍ଡରର ଧମକ ଆଉ କହୁଛି ତମ ବୋହୂର ଗୁପ୍ତାଙ୍ଗରେ ରହିଛି ମୋ ନାମରେ ଟାଟୁ।

ତେବେ ଘଟଣା ସମ୍ପର୍କରେ ସ୍ୱାମୀ ମୋହିତ ଶର୍ମା କାନ୍ଦି କାନ୍ଦି ରାଜ୍ୟ ଗଣମାଧ୍ୟମ ଆଗରେ ନିଜର ବୟାନରେ କହିଛନ୍ତି ଯେ, ” ଆମେ ଦୁହେଁ ପ୍ରଥମେ ଫେସବୁକ୍ ରେ ଦେଖା ହେଲୁ। ଦୀର୍ଘ ୧ ମାସ ଚାଟିଂ କଲୁ। ଏକ ମାସର ଚାଟିଂ ମଧ୍ୟରେ ସେ ଝିଅ ମୋତେ ବାରମ୍ବାର କହୁଥିଲା ଚାଲ ବିବାହ କରିନେବା। ମୋତେ ବାହା ହେବା ପାଇଁ ସେ ମୋ ଉପରେ ମାନସିକ ଚାପ ପକାଉଥିଲା। ସେ ଝିଅର ଚାପରେ ମୁଁ ମୋର ବାପା ଓ ମା ଙ୍କ ମନରେ କଷ୍ଟ ଦେଇ ତାକୁ ବିବାହ କଲି। ଆମର ବିବାହ ତାରିଖ ଥିଲା ୨୫ ନଭେମ୍ବର ୨୦୨୦। କିନ୍ତୁ ବିବାହର ଚତୁର୍ଥୀ ରାତି ଦିନ ମୋତେ ଜଣେ ଫୋନ କଲା ଆଉ କହିଲା ଦେଖ୍ ତୋର ସ୍ତ୍ରୀ ମାନେ ମୋର ଗାର୍ଲଫ୍ରେଣ୍ଡର ଗୁପ୍ତାଙ୍ଗ ବା ପ୍ରାଇଭେଟ୍ ପାର୍ଟରେ ମୋର ନାମରେ ଟାଟୁ ଥିବ। ଏ କଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା । ଆଉ ମୁଁ ସଙ୍ଗେ ସଙ୍ଗେ ଚେକ୍ କଲାପରେ ଜାଣିପାରିଲି ଯେ, ମୋ ସ୍ତ୍ରୀର ଗୁପ୍ତାଙ୍ଗରେ ଗୋଟିଏ ଟାଟୁ ରହିଛି। ଆଉ ସେ ଟାଟୁରେ ଲେଖା ହୋଇଛି ” ଟୁକା” । ଏମିତି କି ତାର ସମ୍ପୂର୍ଣ୍ଣ ଶରୀରରେ ଟାଟୁ ହୋଇଛି ଆଉ ସେ ଟାଟୁ ସବୁ ସେ ଟୁକା ହିଁ କରିଛି।”

ମୋହିତ କାନ୍ଦି କାନ୍ଦି ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଜାଣିପାରିଲି ନାହିଁ। ସେ ଗୋଟେ ଏତେ ଚରିତ୍ରହୀନ ଝିଅ ବୋଲି। ସେ ଘରେ କବାଟ ଦେଇ ସିଗାରେଟ୍ ଟାଣେ ଓ ମଦ ପିଏ। ବାହାଘରର କିଛିଟା ଦିନ ପରେ ସେ ନିଜର ଔକାତକୁ ଆସିଯାଏ। ତେବେ ମୁଁ ଏହି ବିଷୟରେ ତାର ପରିବାର ଲୋକକୁ କହିଲି, ମାତ୍ର ସେମାନେ କହିଲେ ଯେ, ସେ ଯାହାବି ହେବ ତମେ ସେଥିପାଇଁ ଉତ୍ତରଦାୟୀ। କାରଣ ମୋ ଝିଅ ହାତରେ ରହିଛି ସବୁ ଆଇନ କାନୁନ୍। ତୁମକୁ ଏହା ସହ୍ୟ କରିବାକୁ ପଡିବ।

ମୋହିତ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଝିଅ ମୋ ମା ବାପା ଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଳଜ କରେ। ଘରର କାମ ଧନ୍ଦା କିଛି କରୁ ନ ଥିଲା। ଆଉ ମୁଁ ଯେତେବେଳେ ତାଙ୍କ ଘରକୁ ବୁଲିବାକୁ ଯାଏ ସେ ସମୟରେ ମୋ ଶଶୁର ମୋତେ ମାରୁଥିଲେ। ଏମିତିକି ସେ ଘରର ସବୁ ସଦସ୍ୟ ମୋତେ ମାରିବା ସହିତ ଗୁଳି ବନ୍ଧୁକ ଦେଖାଉଥିଲେ। ସେ ଝିଅର ବାପା ମା ଡନ୍ ଭଳି ବ୍ୟବହାର କରୁଥିଲେ।

ତେବେ ମୋହିତ ନିବେଦନ କରିଛନ୍ତି ଯେ, ଆମେ ମାନେ ନିରୀହ ଲୋକ । ଆମେ ସେ ଭିତରେ ପଶିବାକୁ ଚାହୁନୁ। ଆମକୁ ଦୟାପୁର୍ବକ ଇନ୍ସାଫ୍ ଦିଅନ୍ତୁ। ହେ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଓ ମୋ ବାପା ମାଙ୍କୁ ବଞ୍ଚାନ୍ତୁ।

ଯଦି ଆମେ ଘଟଣାଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖିବା ତେବେ, ଝିଅର ବାପା ଜଣେ ଆଇନ କାନୁନକୁ ହାତରେ ନେଇ ପାରୁଥିବା ବ୍ୟକ୍ତିତ୍ୱ ଭଳି ଜଣା ପଡୁଛନ୍ତି। ସେ କାରଣରୁ ମୋହିତ ମଧ୍ୟ ଝିଅ ର ବାପାକୁ ଡରି ଡରି ଦୀର୍ଘ ୭ ମାସ କାଟିଛନ୍ତି। ତେବେ ମୋହିତଙ୍କ ଏହି ଘଟଣାକୁ ଦେଖିଲେ ପୁରୁଷ ମାନଙ୍କର ଲଭ୍ ବା ପ୍ରେମ ବିବାହ ଉପରୁ ଭରସା ଉଠିଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଆଉ ଲୋକେମାନେ ମଧ୍ୟ ମୋହିତଙ୍କୁ ସୁରକ୍ଷା ସହିତ ତାଙ୍କ ପରିବାରକୁ ଇନ୍ସାଫ୍ ଦେବା ପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *