ହୋଣ୍ଡା କମ୍ପାନୀର ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ ହୋଣ୍ଡା ପ୍ଲାଣ୍ଟରେ ସାଇବର ଆଟାକ୍ ହୋଇଛି । ଏ ସପ୍ତାହ ଆରମ୍ଭରୁ ହୋଣ୍ଡାର ଇଣ୍ଟରନାଲ ସର୍ଭରରେ ଏହି ସାଇବର ଆଟାକ୍ ହୋଇଛି ଫଳରେ କମ୍ପାନୀର ସବୁ ସିଷ୍ଟମରେ ଭାଇରସ୍ । ଭାରତ ଓ ବ୍ରାଜିଲରେ ହୋଣ୍ଡାର ମୋଟରସାଇକେଲ ପ୍ଲାଣ୍ଟ ଥିବାବେଳେ ତୁର୍କୀରେ ଅଛି ହୋଣ୍ଡାର କାର୍ ପ୍ଲାଣ୍ଟ । ସମସ୍ତେ ଏହି ସାଇବର ଆଟାକର ଶୀକାର ହୋଇଥିବା ସୂଚନା ମିଳିଛି ।
ପ୍ରବକ୍ତାଙ୍କ କହିବାନୁଯାୟୀ ହୋଣ୍ଡା ବ୍ୟବସାୟ ଉପରେ ବିଶ୍ଵସ୍ତରୀୟ ପ୍ରଭାବ କମ ପଡିବ ଏବଂ ବର୍ତ୍ତମାନ ଏହି ଘଟଣାକୁ ନେଇ ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ଯେ ହୋଣ୍ଡା ପରି ଅନ୍ୟ କାର୍ ନିର୍ମାଣକାରୀ କମ୍ପାନୀଗଡ଼ିକ ମଧ୍ୟ କରୋନା ମହାମାରୀ ଯୋଗୁ ବିକ୍ରିରେ ଘାଟା ସହୁଛନ୍ତି ।

ହୋଣ୍ଡାର ୧୧ଟି ପ୍ଲାଣ୍ଟକୁ ହ୍ୟାକର୍ସମାନେ ଟାର୍ଗେଟ୍ କରିଛନ୍ତି ଯେଉଁଥିରୁ ୫ଟି ପ୍ଲାଣ୍ଟ ଆମେରିକାର ଅଛି । ସାଇବର ଆଟାକ୍ ନେଇ ଏପିଏଫକୁ କମ୍ପାନୀ ପ୍ରବକ୍ତା ସୂଚନା ପ୍ରଦାନ କଲାପରେ ଲକଡାଉନ ସମୟରେ ସାଇବର ଆଟାକ୍ ବଢି ଚାଲିଛି ବୋଲି ସାଇବର ପୋଲିସ ଏବଂ ସାଇବର ଏକ୍ସପର୍ଟ ଉଭୟ ନିଜର ସହମତି ଦେଇଛନ୍ତି ।