ପ୍ରତିଦିନ ୧୦ ମିନିଟ୍‌ ଦୌଡ଼ିଲେ ମିଳେ ଏହି ସବୁ ଲାଭ : ପଢନ୍ତୁ ପୁରା ରିପୋର୍ଟ

ଓଜନ ହ୍ରାସ କରିବା ସହିତ ଦୌଡ଼ିବା ଦ୍ଵାରା ଅନେକ ପ୍ରକାରର ଲାଭ ମିଳିଥାଏ ଶରୀରକୁ । ଏହାବ୍ୟତୀତ ଓଜନ କମେଇବା ପାଇଁ ଖରାଦିନ ଏକ ପ୍ରମୁଖ ସମୟ । କାରଣ ଗରମ କାରଣରୁ ଭୋକ କମ୍‌ ହୁଏ । ଶରୀରରୁ ଝାଳ ମଧ୍ୟ ଅଧିକ ବାହାରେ ଫଳରେ ଓଜନ କମିବାରେ ଖରାଦିନ ସହାୟକ ହୁଏ ।

ଓଜନ କମେଇବାକୁ ନିୟମିତ ବ୍ୟାୟାମ ଏବଂ ସୁଷମ ଖାଦ୍ୟପେୟ ସହିତ ପ୍ରତିଦିନ ୧୦ ମିନିଟ ଦୌଡ଼ିବା ଯଦି ଜୀବନଶୈଳୀରେ ଆପଣ ଯୋଡୁଛନ୍ତି ତେବେ ଅଦ୍ଭୁତ ପ୍ରକାର ଲାଭ ପାଇପାରିବେ । ଯଦି ବ୍ୟାୟାମ ଏବଂ ଡାଇଟିଂ କରି ପାରୁନାହାନ୍ତି ତେବେ ଆପଣ ପ୍ରତିଦିନ ୧୦ ମିନିଟ‌ ଦୌଡ଼ିବା ଆରମ୍ଭ କରି ଦିଅନ୍ତୁ । ଏହା କେବଳ ଆପଣଙ୍କର ଓଜନ କମେଇବା ନାହିଁ ବରଂ ଶରୀରକୁ ଏକ ଉତ୍ତମ ଆକାର ଦେବାରେ ମଧ୍ୟ ସାହାଯ୍ୟ କରିବ ।

  • ସକାଳ ହେଉ କି ସଞ୍ଜ, ଦିନକୁ ଥରେ ଏବଂ ଅନ୍ୟୁନ ଯଦି ୧୦ ମିନିଟ ଦୌଡ଼ା ଯାଏ ତେବେ ଜାଣନ୍ତୁ ଆପଣଙ୍କର ଅଧା ବ୍ୟାୟମ ହେଇଗଲା । ଶରୀରର ଅତିରିକ୍ତ ଚର୍ବି ଝାଳ ଆକାରରେ ବାହାରି ଯାଏ ।
  • ଦୌଡ଼ିବା ଶରୀରରେ ମାଂସପେଶୀ ନିର୍ମାଣ କରିବାରେ ବହୁତ ସାହାଯ୍ୟ କରେ । ୱେଟ୍‌ ଲିଫ୍ଟିଂରେ ଶରୀରର ଏକ ନିର୍ଦ୍ଦିଷ୍ଟ ମାଂସପେଶୀ ମଜବୁତ୍ ହୁଏ ଯେତେବେଳେ କି ଦୌଡ଼ିବା ଦ୍ଵାରା ସାରା ଶରୀରର ଅନେକ ମାଂସପେଶୀ କାର୍ଯ୍ୟକ୍ଷମ ହୁଏ ।
  • ଦୌଡ଼ିବା ବେଳେ ବହୁତ କମ୍ ସମୟରେ ବହୁତ ଅଧିକା କ୍ୟାଲୋରୀ ବର୍ନ ହୋଇଥାଏ । ଏହା ମେଟାବଲିଜିମ୍‌ ବୁଷ୍ଟ କରେ ।
  • ବ୍ଲଡ୍‌ ପ୍ରେସରକୁ କମ୍ କରିବାରେ ସାହାଯ୍ୟ କରିପାରେ ଦୌଡ଼ିବା । ତେଣୁ ହୃଦୟ ପାଇଁ ଖୁବ୍ ଲାଭପ୍ରଦ ।
  • ଦୌଡ଼ରେ ହର୍ମୋନର ଉତ୍ପାଦନ କ୍ଷମତା ବଢିଥାଏ ଯାହା ଓଜନ ହ୍ରାସ କରିବାରେ ମହତ୍ତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରେ ।

Leave a Reply

Your email address will not be published. Required fields are marked *