ସଂସ୍କାର: ସମାଜରେ ଶାଶୁ-ବୋହୂର କଳହ ଏକ ସାଧାରଣ କଥା। କିନ୍ତୁ ଏହି ସାଧାରଣ କଥା ଯେ, ବେଳେବେଳେ ଅସାଧାରଣ ହୋଇଯାଏ ଆପଣ ନିଶ୍ଚିତ ଶୁଣିଥିବେ। ଅନେକାଂଶରେ ଦେଖାଯାଏ ଯେ, ଶାଶୁ ଜଣକ ନିଜର ବୋହୂକୁ ମରିଥାନ୍ତି। କିନ୍ତୁ ନିକଟରେ ଏପରି ଏକ ଭିଡ଼ିଓ ଭାଇରଲ୍ ହେଉଛି ଯାହାକୁ ଦେଖିଲେ ଆପଣବି ଚକିତ ହୋଇଯିବେ।
ଭାଇରାଲ୍ ହେଉଥିବା ଭିଡ଼ିଓରେ ଜଣାପଡୁଛି ଯେ, ଜଣେ ବୋହୂ ନିଜର ଶାଶୁକୁ କିପରି ଅମାନବୀୟ ଭାବରେ ନିର୍ଧୂମ୍ ଛେଚି ଚାଲିଛି। ଆଉ ଏହି ମାରପିଟ୍ ର ଭିଡ଼ିଓ କରୁଛି ପୁଅ। ଅମାନବୀୟ ଭାବେ ଶାଶୂକୁ ପିଟିଲା ବୋହୂ। ପାରିବାରିକ କଳହକୁ କେନ୍ଦ୍ର କରି ସ୍ଵାମୀ ସାମ୍ନାରେ ବୃଦ୍ଧା ଶାଶୁକୁ ପିଟିଲା ବୋହୂ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ।
ଶାଶୂ-ବୋହୂଙ୍କ ମାରପିଟ୍ ଘଟଣାର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।ଏହି ଭିଡିଓ ସେଠାରେ ଉପସ୍ଥିତ ଥିବା ବୃଦ୍ଧାଙ୍କ ପୁଅ ରେକର୍ଡ କରି ଗୁରୁଗ୍ରାମର ରାଜେନ୍ଦ୍ରା ପାର୍କ ଥାନାରେ ଅଭିଯୋଗ କରିଛନ୍ତି। ମାରପିଟ୍ ର ଭିଡ଼ିଓ ଦେଖାଇ ଯୁବକ ଜଣଙ୍କ ପୋଲିସ୍ କୁ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ତାଙ୍କ ମାଆଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି। ତେବେ ପୋଲିସ ଯୁବକଙ୍କ ଅଭିଯୋଗ ଆଧାରରେ ଗତ ଶନିବାର ସନ୍ଧ୍ୟାରେ ଉଦଣ୍ଡୀ ବୋହୂଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଗୁରୁଗ୍ରାମର ରାଜେନ୍ଦ୍ରା ପାର୍କ ଥାନା ଅଞ୍ଚଳର ରତନ ବିହାରରେ ରହୁଥିବା ଆୟୁଷ ମିତ୍ତଲଙ୍କ ପତ୍ନୀ କବିତା ତାଙ୍କ ମାଆଙ୍କୁ ମାରପିଟ୍ କରୁଥିଲେ। ପାରିବାରିକ କଳହ କାରଣରୁ କବିତା ବିଭିନ୍ନ ସମୟରେ ତାଙ୍କ ଶାଶୂଙ୍କୁ ମାରନ୍ତି ବୋଲି ତାଙ୍କ ପୁଅ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଗତ ଶନିବାର ମଧ୍ୟ ଶାଶୁ ବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କବିତା ତାଙ୍କ ବୃଦ୍ଧା ଶାଶୁଙ୍କ ଉପରକୁ ହାତ ଉଠାଇଥିଲେ। ଏପରିକି ତାଙ୍କ ଶାଶୁଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।
ଏହି ସମୟରେ ସେଠାରେ ଉପସ୍ଥିତ ଥିବା କବିତାଙ୍କ ସ୍ଵାମୀ ତଥା ବୃଦ୍ଧାଙ୍କ ପୁଅ ଆୟୁଷ ସମସ୍ତ ଘଟଣାର ଭିଡିଓ ରେକର୍ଡ କରିଥିଲେ। ଆଉ ପୋଲିସ୍ ନିକଟରେ ଯାଇ ନିଜ ସ୍ତ୍ରୀ ନାମରେ ଅଭିଯୋଗ ଦାଖଲ କରିଥିଲା। ଆଉ ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ଭାଇରାଲ୍ କରାଇ ଦେଇଥିଲା। ତେବେ ରାଜେନ୍ଦ୍ର ଥାନା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।