ହିନ୍ଦୀ ସିନେମା ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ୨୧ ଦିନିଆ ତାଲାବନ୍ଦ ନିୟମ ମାନି ସଙ୍ଗରୋଧର ଦିନଚର୍ଯ୍ୟାକୁ ବଖାଣିବାକୁ ଯାଇ ସୋସିଆଲ ମିଡ଼ିଆରେ ନିଜର ବ୍ୟାୟାମ ଭିଡ଼ିଓ ଶେୟାର କରି ଚାଲିଛନ୍ତି । କିଛି ଲୋକ ଏହାକୁ ବିରୋଧ କରୁଛନ୍ତି ସତ, ତଥାପି କରୋନାଭାଇରସ ଲକଡ଼ାଉନ ସମୟରେ ଦୀପିକା ସାମ୍ବାଦିକ ରାଜୀବ ମାସାଣ୍ଡଙ୍କ ସହ ଏକ ହ୍ୟାଙ୍ଗଆଉଟ୍ ଭିଡିଓରେ ନଜର ଆସିଥିଲେ ।
ନିଜେ ବ୍ୟାୟାମ କରିବା ଓ ବ୍ୟାୟାମ କରୁଛି ବୋଲି ଭିଡ଼ିଓ ଅପଲୋଡ କରିବା ଏକା କଥା ନୁହେଁ । କିପରି ଦିଶୁଚ ଗୁରୁତ୍ଵପୂର୍ଣ୍ଣ ନୁହେଁ ଏହା ଆପଣ କିପରି ଅନୁଭବ କରୁଛନ୍ତି ତାହା ଉପରେ ହେବା ଉଚିତ୍ ବୋଲି ଦୀପିକା କହିଛନ୍ତି ।
ଦୀପିକା ଆହୁରି ମଧ୍ୟ କହିଛନ୍ତି ଯେ ପ୍ରକୃତରେ ରଣବୀର ଓ ସେ ବ୍ୟାୟାମ କରି ହିଁ ନିଜ ଦିନ ଆରମ୍ଭ କରନ୍ତି । ସତରେ ବ୍ୟାୟାମ ସେମାନଙ୍କୁ ଦିନସାରା ଶକ୍ତି ଯୋଗାଏ । ଦୀପିକା ଏବଂ ତାଙ୍କ ସ୍ୱାମୀ ରଣବୀର ସିଂ ନିୟମିତ ଭାବରେ ସେମାନଙ୍କ ଜୀବନଚର୍ଯ୍ୟା ବିଷୟରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତି । ଦୀପିକାଙ୍କ ସହିତ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଶକୁନ ବାତ୍ରା ବି ରହିଛନ୍ତି, ଯେଉଁଠି ସେ କହିଛନ୍ତି ଯେ ଏହା ହୁଏତ ‘ପ୍ରଥମ ବିଶ୍ୱ ସମସ୍ୟା’ ତଥାପି ତାଙ୍କୁ ୟା’ ଭିତରେ ଭଲ ଲାଗୁଥିବା କଥାଟି ହେଲା ପ୍ରତି ଦୁଇଟି ଗମ୍ଭୀର ୱାଟସଆପ ମେସେଜ ସହିତ ପାଞ୍ଚଟି ମଜାଳିଆ ମେସେଜ ମିଳୁଛି ।