ଜାନୁଆରୀ ୨୪ ତାରିଖ ଦିନ ଦିନେ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ : ଜାଣନ୍ତୁ ଏହାପଛର କାରଣ …

ବାଳିକା ଦିବସ ଉପଲକ୍ଷେ ଜାନୁଆରୀ ୨୪ ତାରିଖ ଦିନ ଦିନେ ପାଇଁ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ୱତ । ଛାତ୍ରୀ ଓ ବାଳିକାଙ୍କ ସଶକ୍ତିକରଣ ଉଦ୍ଦେଶ୍ୟ ନେଇ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀ ହେବାପରେ ଉତ୍ତରାଖଣ୍ଡର ବିକାଶମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା ସୃଷ୍ଟି ।

ସୂଚନା ଅନୁସାରେ ହରିଦ୍ୱାରର ଦୌଲତପୁର ବାସିନ୍ଦା ସୃଷ୍ଟି ବର୍ତ୍ତମାନ ବାଲ୍ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ବିଏସସି ଏଗ୍ରିକଲଚରର ଛାତ୍ରୀ । ଜାନୁଆରୀ ୨୪ ତାରିଖରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପୂର୍ତ୍ତ, ପର୍ଯ୍ୟଟନ, ଜଳସେଚନ ଏବଂ ମହିଳା ସଶକ୍ତିକରଣ ବିଭାଗର ସଚିବମାନେ ସୃଷ୍ଟିଙ୍କୁ ଯୋଜନା ନେଇ ୫ ମିନିଟର ଏକ ରିପୋର୍ଟ ଦେବେ । 

ଏହାସହିତ ୧୦୮ ଆମ୍ବୁଲାନ୍ସ, ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଅଟଳ ଆଦର୍ଶ ବିଦ୍ୟାଳୟ, ରାଜଧାନୀ ସାମାନ୍ୟ ପ୍ରଶାସନ ସଚିବ, ଗ୍ରାମ୍ୟ ବିକାଶ ବିଭାଗର  ନିର୍ଦ୍ଦେଶକ, ଡେରାଡୁନର ଜିଲ୍ଲାପାଳ, ଶିଳ୍ପ ବିଭାଗର ସତିବ, ପୋଲିସ ଡିଜି ପ୍ରଭୂତି ମଧ୍ୟ ନିଜ ନିଜର ରିପୋର୍ଟ ୫ ମିନିଟ ଲେଖାଏଁ ସମୟରେ ଦେବେ । ତେବେ ସୂଚନାଥାଉ ଯେ ପୂର୍ବରୁ ମଧ୍ୟ ସୃଷ୍ଟି ଅନେକ ଅନ୍ତର୍ଜାତୀୟ ବାଳିକା ଦିବସ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ୨୦୧୮ ମଇରେ ସେ ଉତ୍ତରାଖଣ୍ଡ ବାଲ୍ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *