ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ଗତକାଲିଠାରୁ ସାମାନ୍ୟ ଜ୍ୱର ଏବଂ ଗଳାରେ ଯନ୍ତ୍ରଣା ହେବାରୁ ସେ ଅପରାହ୍ନରୁ ତାଙ୍କର ସମସ୍ତ ବୈଠକକୁ ରଦ୍ଦ କରିଦେଇଛନ୍ତି । ଏହାଛଡ଼ା କାହାକୁ ନଭେଟି ନିଜକୁ ଆଇସୋଲେଟ କରି ରଖିଛନ୍ତି । ଆସନ୍ତାକାଲି ତାଙ୍କର କରୋନା ଟେଷ୍ଟ ମଧ୍ୟ ହେବ ।
ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି (ଆଆପ) ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ କହିବାନୁଯାୟୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜ୍ୱର ଓ ଗଳାରେ ସମସ୍ୟା ଦେଖାଦେବାରୁ ଗତକାଲିଠାରୁ ସେ ତାଙ୍କ ବାସଭବନରେ ମଧ୍ୟ ଅଲଗା ହୋଇ ରହିଛନ୍ତି । ଆସନ୍ତାକାଲି ତାଙ୍କର କରୋନା ପରୀକ୍ଷା ହେବ ଯଦିଓ ପୂର୍ବରୁ ସେ ମଧୁମେହ ରୋଗରେ ପୀଡ଼ିତ ।

ଉଲ୍ଲେଖନୀୟ କଥା ହେଉଛି ଯେ ଗତକାଲି ହିଁ କେଜ୍ରିୱାଲ ସରକାର ଦିଲ୍ଲୀର ହସ୍ପିଟାଲଗୁଡ଼ିକୁ ଭାଗ କରିଦେଇଛନ୍ତି । କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ନେଲା ଯେ ସରକାରୀ ହେଉ କିମ୍ବା ବେସରକାରୀ ଦିଲ୍ଲୀ ହସ୍ପିଟାଲରେ କେବଳ ଦିଲ୍ଲୀ ଲୋକ ଚିକିତ୍ସିତ ହେବେ । ଦିଲ୍ଲୀରେ ରହୁଥିବା ବାହାର ଲୋକଙ୍କ ଚିକିତ୍ସା ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ହେବ ।
ମୁଖ୍ୟମନ୍ତ୍ରୀଙ୍କ ଉପରୋକ୍ତ ଏହି ଘୋଷଣା ପାଇଁ କାଳେ ଡାକ୍ତର ମହେଶ ଧର୍ମେନ୍ଦ୍ର କମିଟି ପରାମର୍ଶ ଦେଇଥିଲେ । ଏ ବାବଦରେ ଦିଲ୍ଲୀ ସରକାର ଦିଲ୍ଲୀର ଲୋକଙ୍କଠାରୁ ସେମାନଙ୍କ ମତାମତ ମଧ୍ୟ ନେଇଛନ୍ତି ବୋଲି ସୂଚନା ଦେଇଥିଲେ । ଦିଲ୍ଲୀର ମୋଟ ରୋଗୀଙ୍କ ସଂଖ୍ୟା ୨୭ ହଜାର ୬୫୪ ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୨୦ ଟି ନୂଆ ମାମଲା ରୁଜୁ ହୋଇଛି ଓ ବର୍ତ୍ତମାନ ସୁଦ୍ଧା ୭୬୧ ଜଣଙ୍କର ମୃତ୍ୟୁ ହୋଇଛି ।
ଦିଲ୍ଲୀରେ ଦିଲ୍ଲୀର ୨୧୯ ଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଅଛି ଯାହା ନିହାତି ଡରେଇଲା ପରି । ଜୁନ ୧ ପରେ ପ୍ରତିଦିନ ଦେଶର ରାଜଧାନୀକୁ ୧୨୦୦ ରୁ ଅଧିକ କରୋନା ମାମଲା ଆସୁଛି । ଏହାଛଡ଼ା ଯଦି ଦେଶ କଥା ଉଠେ ତେବେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାର ୬୧୧, ଯେଉଁଥିରେ ୭ ହଜାର ୧୩୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ୧ ଲକ୍ଷ ୨୪ ହଜାର ୯୫ ଜଣ ଲୋକ ଆରୋଗ୍ୟ ଲାଭ କରିଥିବାବେଳେ ୧ ଲକ୍ଷ ୨୫ ହଜାର ୩୮୧ ସକ୍ରିୟ ମାମଲା ରହିଛି ।