ମହିଳାଙ୍କର ଗୋଡ଼ ହାତ ବାନ୍ଧି ଗ୍ୟାଙ୍ଗରେପ୍ , ବଳତ୍କାର ସମୟର ଭିଡ଼ିଓ ଭାଇରାଲ୍ କଲେ ଅଭିଯୁକ୍ତ , ପୋଲିସ ପହଁଚି ଦେଖିଲା ମହିଳାଙ୍କର ଉଲଗ୍ନ ଅବସ୍ଥା

ସଂସ୍କାର : ଉତ୍ତର ଦିଲ୍ଲୀର ବୁରାଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତିନିଜଣ ଲୋକ ଗତ ସୋମବାର ଦିନ ତାଙ୍କ ଘରେ ଜବରଦସ୍ତ ପଶି କରି ତାଙ୍କର ହାତ ଓ ଗୋଡ଼ ବାନ୍ଧିଥିଲେ। ଆଉ ହାତ ଗୋଡ଼ ବାନ୍ଧିବା ପରେ ଜଣ ଜଣ କରି ସମସ୍ତେ ତାଙ୍କୁ ବଳାତ୍କାର କରିଥିଲେ। ଆଉ ମହିଳାଙ୍କର ପାଟିକୁ ବି ବାନ୍ଧି ଦେଇଥିଲେ ଏହି ବଳାତ୍କାରୀମାନେ।

ତେବେ ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ମହିଳା ଜଣକ ଛତିଶଗଡର ବାସିନ୍ଦା। କିନ୍ତୁ ମହିଳା ଜଣକ ଦିଲ୍ଲୀରେ ରୁହନ୍ତି। ମହିଳା ଅଭିଯୋଗ କରିଛନ୍ତି ଯେ ଏହି ସମୟ ମଧ୍ୟରେ ବଳାତ୍କାରର ଏକ ଭିଡିଓ ମଧ୍ୟ କରାଯାଇଛି। ଯାହାକୁ ସେହି ବଳାତ୍କାରୀମାନେ ଭାଇରାଲ କରିସାରିଲେଣି। ତେବେ ଘଟଣାର କିଛି ସମୟ ପରେ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ସେହି ସମୟରେ ବାହାରୁ ଏକ ଶବ୍ଦ ଶୁଣିବାକୁ ମିଳିଥିଲା। ତାଲା ଭାଙ୍ଗି ପୋଲିସ ଘର ଭିତରେ ପହଞ୍ଚିବା ପରେ ମହିଳା ଜଣଙ୍କ ନଗ୍ନ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା ପୋଲିସ।

ଏହି ଘଟଣା ପଛରେ ପୀଡ଼ିତା ତାଙ୍କ ସ୍ୱାମୀଙ୍କୁ ଦାୟୀ କରିଛନ୍ତି। ଏହି ଜଘନ୍ୟକାଣ୍ଡ ପଛରେ ସ୍ୱାମୀଙ୍କ ହାତ ଅଛି ବୋଲି ପୀଡିତା କହିଛନ୍ତି। ଗ୍ୟାଙ୍ଗରେପ୍ ଓ ହତ୍ୟା ଧମକ ଅଧୀନରେ ମାମଲା ରୁଜୁ କରି ବୁରାଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *